ଭୁବନେଶ୍ୱର: ସିଟି କ୍ଲବ୍ ଆନୁକୂଲ୍ୟରେ ନୂଆପଲ୍ଲୀସ୍ଥିତ ଇନ୍ଦିରା ମଇଦାନରେ ଚାଲିଥିବ ତୃତୀୟ ଭାଗ୍ୟଧର ଟ୍ରଫି ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ସୋମବାର ଜଟଣୀର ଉତ୍କଳ ସ୍ପୋର୍ଟିଂକୁ ୧-୦ ଗୋଲ୍ରେ ହରାଇ ଭୁବନେଶ୍ୱରର ୟାଜଦାନି କ୍ଲବ୍-୭୩ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ସିଦ୍ଧାନ୍ତ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍କୁ ଦୁର୍ଗା ଆଚାର୍ଯ୍ୟ, ଟି ମୋହନ ରାଓ, ଡିକେ ମେହେର ପରିଚାଳନା କରିଥିଲେ। ସୋମବାର ମ୍ୟାଚ୍ରେ ଅତିଥି ଭାବେ ବିଏଏ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ଆୟୋଜକ କ୍ଲବ୍ ମୁଖ୍ୟ ଭାଗ୍ୟଧର ଜଗଦେବ, ଉମେଶ ଚନ୍ଦ୍ର ବଳିଆରସିଂହ, କାଶୀନାଥ ଜେନା, ତ୍ରିନାଥ ମଙ୍ଗରାଜ, ତପନ ଭଞ୍ଜ, ଯୋଗେନ୍ଦ୍ର ଜେନା, ବଟକୃଷ୍ଣ ପାଇକରାୟ, ସତ୍ୟବାଦୀ ବାଘ ଏବଂ ସିଟି କ୍ଲବ୍ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ମଙ୍ଗଳବାର କଟକର ମଙ୍ଗଳା କ୍ଲବ୍ ସହିତ କଟକ କ୍ରୀଡ଼ା ଛାତ୍ରାବାସର ମୁକାବିଲା ହେବ। ମଧ୍ୟରେ ଦ୍ୱିତୀୟ କ୍ୱାର୍ଟରଫାଇନାଲ୍ ଖେଳାଯିବ।
ଭାଗ୍ୟଧର ଟ୍ରଫି ଫୁଟ୍ବଲ୍:ୟାଜଦାନି କ୍ଲବ୍-୭୩ ସେମିରେ
Advertisment
Follow Us