ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ୧୧ରୁ

Advertisment
ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ୧୧ରୁ

ଭୁବନେଶ୍ୱର: ସିଟି କ୍ଲବ୍‌ ଭୁବନେଶ୍ୱର ଓ ଏସ୍‌ଜିଓ ନୟାପଲ୍ଲୀର ମିଳିତ ଆନୁକୂଲ୍ୟରେ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ତୃତୀୟ ସଂସ୍କରଣ ଫେବ୍ରୁଆରି ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ନୂଆପଲ୍ଲୀ ଇନ୍ଦିରା ମଇଦାନରେ ଆୟୋଜିତ ହେବ। ବିଜେତା ଦଳକୁ ଟ୍ରଫି ସହ ନଗଦ ୧୫,୦୦୦ ଏବଂ ଉପବିଜେତା ଦଳକୁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ଅବସରରେ ଫୁଟ୍‌ବଲ୍‌କୁ ପ୍ରୋତ୍ସାହନ ଦେଉଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯିବ ବୋଲି ସିଟି କ୍ଲବ୍‌ ସଂପାଦକ ପ୍ରଦୀପ ରାଉତରାୟ ସୂଚନା ଦେଇଥିଲେ। ପ୍ରତିଯୋଗିତାର ସୁପରିଚାଳନା ପାଇଁ ଗଠିତ ସମିତିରେ ସୌର୍ଯ୍ୟରଞ୍ଜନ ପରିଜା ସମିତିର ଅଧ୍ୟକ୍ଷ ଓ କାଶୀନାଥ ଜେନା ଉପାଧ୍ୟକ୍ଷ ପ୍ରଦୀପ କୁମାର ରାଉତରାୟ, ଏସ୍‌ଜିଓ ସଂପାଦକ ଉମେଶ ବଳିୟାରସିଂହ, କର୍ପୋରେଟର୍‌ ନିଖିଳ ବଳବନ୍ତରାୟ, ତ୍ରିନାଥ ମଙ୍ଗରାଜ, ତପନ ଭଞ୍ଜ, ବି ପାଇକରାୟ, ଯୋଗେନ୍ଦ୍ର ଜେନା, ସତ୍ୟବାଦୀ ବାଘ, ଦେବର୍ଚ୍ଚନ ରଥ, ଯୋଗେନ୍ଦ୍ର ହରିଚନ୍ଦନ, ସନ୍ତୋଷ ସୁନ୍ଦରରାୟ, ମଳୟ ହରିଚନ୍ଦନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe