ଭାରତୀୟ କ୍ରିକେଟର୍ସ ସଂଘକୁ ବିସିସିଆଇ ଅନୁମୋଦନ

Advertisment

ମୁମ୍ବାଇ: ଏକ ପ୍ରମୁଖ ତଥା ପ୍ରଥମ ଘଟଣା ଭାବେ ଭାରତୀୟ କ୍ରିକେଟର୍ସ ସଂଘ (ଆଇସିଏ)କୁ ବିସିସିଆଇ ଅନୁମୋଦନ କରିଛି। ପୂର୍ବତନ ଭାରତୀୟ ଖେଳାଳିଙ୍କ ଆନୁଷ୍ଠାନିକ ସଂଘ ଭାବେ ଏହାକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟର୍ସଙ୍କ ସଂଘ (ଫିକା) ସହିତ ଆଇସିଏ ଅନୁବଂଧିତ ହୋଇନାହିଁ। ଅଧିକାଂଶ ଦେଶର ଖେଳାଳି ସଂଘ ଫିକା ସହିତ ରହିଛନ୍ତି। କିନ୍ତୁ ଭାରତ ଓ ପାକିସ୍ତାନ ପ୍ରମୁଖ ଦେଶ ଯେଉଁଠି ଖେଳାଳି ସଂଘ ନଥିଲା। ଆଇସିଏରେ କେବଳ ପୂର୍ବତନ ପୁରୁଷ ଓ ମହିଳା ଖେଳାଳିମାନେ ରହିପାରିବେ। ଜୁଲାଇ ୫ ତାରିଖରେ ଆଇସିଏ ଏକ ଅଣ-ଲାଭଖୋର କମ୍ପାନି ଭାବେ ପଞ୍ଜିକୃତ ହୋଇଥିଲା। ପୂର୍ବତନ ଅଧିନାୟକ କପିଳ ଦେବ, ପୂର୍ବତନ ଦ୍ରୁତ ବୋଲର ଅଜିତ୍ ଅଗରକର ଏବଂ ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗାସ୍ବାମୀ ଆଇସିଏର ପ୍ରାରମ୍ଭିକ ନିର୍ଦେଶକ ରହିଛନ୍ତି। ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ ହେବା ପୂର୍ବରୁ ଆଇସିଏ ନିର୍ବାଚନ ମଧ୍ୟ ସମ୍ପନ୍ନ ହେବ। ଲୋଧା ସୁପାରିସ୍ ପରେ ଖେଳାଳି ଏବଂ ଖେଳାଳି ସଂଘର ଗୁରୁତ୍ବ ବଢ଼ିଥିଲା। ଏପରିକି ବିସିସିଆଇ ଏବଂ ରାଜ୍ୟ ସଂଘରେ ପୁରୁଷ ଓ ମହିଳା ଖେଳାଳିଙ୍କ ସାମିଲ ଲାଗି ନିର୍ଦେଶ ରହିଛି। ପୂର୍ବରୁ ‌ଖେଳାଳିଙ୍କୁ ସଂଘ ବିରୋଧ କରିବା ସହିତ ଖେଳ ପ୍ରଶାସନ ଦାୟିତ୍ବରୁ ଦୂରେଇ ରଖିବାକୁ ଚକ୍ରାନ୍ତ ହେଉଥିଲା। ଏବେ ନୂଆ ସମ୍ବିଧାନ ଅନୁସାରେ ବିସିସିଆଇର ୯ ଜଣିଆ ସର୍ବୋଚ୍ଚ ପରିଷଦରେ ଆଇସିଏରୁ ଜଣେ ଲେଖାଏଁ ପୁରୁଷ ଓ ମହିଳା ସଦସ୍ୟ ରହିବେ। ଆଉ ଜଣେ ଆଇସିଏ ପ୍ରତିନିଧି ମଧ୍ୟ ୭ ଜଣିଆ ଆଇପିଏଲ୍‌ ପରିଚାଳନା ପରିଷଦରେ ସାମିଲ ହେବେ। publive-image
ଲୋଧା ସମିତି ସୁପାରିସ୍ ଅନୁସାରେ ଆଇସିଏ‌ କୌଣସି କାରବାର କରିପାରିବ ନାହିଁ, କିନ୍ତୁ ଖେଳାଳିଙ୍କ ସ୍ବାର୍ଥ, ସୁରକ୍ଷା ଓ କଲ୍ୟାଣ ପାଇଁ କାମ କରିବ। ପୂର୍ବତନ‌ ଖେଳାଳିଙ୍କ ପାଇଁ ଏହା କାମ କରିପାରିବ, କିନ୍ତୁ ସକ୍ରିୟ ଖେଳାଳି ତଥା କ୍ରିକେଟ୍ ପ୍ରଶାସନର ସ୍ବଚ୍ଛତା ଉପରେ ସ୍ବର ଉତ୍ତୋଳନ କରିପାରିବ। ଭିନ୍ନକ୍ଷମ କ୍ରିକେଟରମାନେ ଆଇସିଏରେ ସାମିଲ ହୋଇପାରିବେ। କିନ୍ତୁ ସେମାନଙ୍କ ସଂଘକୁ ବିସିସିଆଇ ଅନୁମୋଦନ କରିବା ପରେ ଏହା ସମ୍ଭବ ହେବ।
ବରିଷ୍ଠ ବର୍ଗରେ ଅନ୍ୟୁନ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍‌ କିମ୍ବା ଅନ୍ୟୁନ ୧୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌, ମହିଳାଙ୍କ ପାଇଁ ଅନ୍ୟୁନ ୫ ପ୍ରଥମ‌ ଶ୍ରେଣୀ ମ୍ୟାଚ୍‌ ଏବଂ ଭିନ୍ନକ୍ଷମଙ୍କ ପାଇଁ ଅନ୍ୟୁନ ଗୋଟିଏ ଅନ୍ତର୍ଜାତୀୟ କିମ୍ବା ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ପୂର୍ବତନ ଖେଳାଳି ଭାରତୀୟ କ୍ରିକେଟର୍ସ ସଂଘ (ଆଇସିଏ)ରେ ସଦସ୍ୟ/ସଦସ୍ୟା ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe