ନିଶିକୋରି, ବାର୍ଟି, ପ୍ଲିସକୋଭା ଆଗେଇଲେ

ନିଶିକୋରି, ବାର୍ଟି, ପ୍ଲିସକୋଭା ଆଗେଇଲେ

ନ୍ୟୁୟର୍କ: ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତା ‌‌ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସପ୍ତମ ମାନ୍ୟତାପ୍ରାପ୍ତ କେଇ ନିଶିକୋରି ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆସିଲେ ବାର୍ଟି, ତୃତୀୟ ମାନ୍ୟତାପ୍ରାପ୍ତ କାରୋଲିନ ପ୍ଲିସକୋଭା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଏକକ ବର୍ଗରେ ଜାପାନ୍‌ର ନିଶିକୋରି ୬-୧, ୪-୧ ସେଟ୍‌ରେ ଆର୍ଜେଣ୍ଟିନାର ମାର୍କୋ ତ୍ରୁଙ୍ଗେଲିଟିଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ଆମେରିକାର ରିଲି ଓପେକା ୬-୩, ୬-୪, ୬-୫ରେ ଏକାଦଶ ସିଡ୍‌ ଫାବିଓ ଫଗନାନିଙ୍କୁ ବିଦାୟର ରାସ୍ତା ଦେଖାଇଥିଲେ। ମହିଳା ଏକକରେ ଅଷ୍ଟ୍ରେଲିଆର ବାର୍ଟି ୧-୬, ୬-୩, ୬-୨ ସେଟ୍‌ରେ କାଜକସ୍ତାନର ଜାରିପା ଦିଆସ୍‌ଙ୍କୁ ଏବଂ ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭା ୭-୬, ୭-୬ ସେଟ୍‌ରେ ନିଜ ଦେଶର ତେରେଜା ମାର୍ଟିନକୋଭାଙ୍କୁ ପରାସ୍ତ କରିଥିଲେ। ଅନ୍ୟ ମହିଳା ଏକକରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଲାଟଭିଆର ଆନ୍ନାସ୍ତାସିଜା ସେବା‌ତ୍ସୋବା ୬-୩, ୬-୩ ସେଟ୍‌ରେ କାନାଡ଼ାର ୟୁଜିନ ବୁଚାର୍ଡଙ୍କୁ, ଷୋଡ଼ଶ ମାନ୍ୟତାପ୍ରାପ୍ତ ଆମେରିକାର ଜୋହନା କୋଣ୍ଟା ୬-୧, ୪-୬, ୬-୨ ସେଟ୍‌ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।

ଗୁଣେଶ୍ବରନଙ୍କ ଅଭିଯାନ ଶେଷ
ୟୁଏସ୍ ଓପନ୍ ରାଉଣ୍ଡରୁ ହିଁ ଭାରତୀୟ ଯୁବ ଟେନିସ୍ ତାରକା ପ୍ରଜ୍ଞେସ୍ ଗୁଣେଶ୍ବରନଙ୍କ ଅଭିଯାନ ଶେଷ ହୋଇ ଯାଇଛି। ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ଡ୍ର’କୁ ଯାଇଥିବା ଗୁଣେଶ୍ବରନଙ୍କୁ ରୁଷିଆର ଡାନିଲ ମେଦଭେଦେଭ୍ ୬-୪, ୬-୧, ୬-୨ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଥମ ଥର ପାଇଁ ୟୁଏସ୍ ଓପନ୍ ଖେଳୁଥିବା ୨୯ ବର୍ଷୀୟ ଗୁଣେଶ୍ବରନ୍ ପ୍ରଥମ ସେଟ୍‌ରେ ମେଦଭେଦେଭଙ୍କର କିଛିଟା ପ୍ରତି‌ରୋଧ କରିଥିଲେ। ହେଲେ ପରବର୍ତୀ ଦୁଇ ସେଟରେ ପୂରା ଆତ୍ମସମର୍ପଣ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ମେଦଭେଦଭ୍ ଏକ ଘଣ୍ଟାରୁ କମ୍ ସମୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe