ମିଡିଆ ସେଣ୍ଟରରେ ଭାସ୍କରନ୍, ଦିଲୀପ

Advertisment
ମିଡିଆ ସେଣ୍ଟରରେ ଭାସ୍କରନ୍, ଦିଲୀପ

ସୋମବାରର ଚୀନ-ଫ୍ରାନ୍ସ ମ୍ୟାଚ୍ ବେଳେ ମିଡିଆ ସେଣ୍ଟରରେ ଦେଖିବାକୁ ମିଳିଥିଲେ ଭାରତୀୟ ହକିର ଦୁଇ କିମ୍ବଦନ୍ତୀ ପୁରୁଷ ତଥା ପୂର୍ବତନ ଅଧିନାୟକ ବାସୁଦେବନ ଭାସ୍କରନ ଏବଂ ଦିଲୀପ ତିର୍କି। କୀର୍ତିମାନଭରା ଅଷ୍ଟମ ତଥା ଶେଷ ଅଲିମ୍ପିକ୍ସ ସ୍ବର୍ଣ୍ଣ (୧୯୮୦, ମସ୍କୋ) ବିଜୟୀ ଦଳର ଅଧିନାୟକ ଥିଲେ ଭାସ୍କରନ। ବହୁବାର ଭାରତୀୟ ହକି ଦଳକୁ ବି ପ୍ରଶିକ୍ଷଣ ଦେଇଛନ୍ତି। ୨୦୦୬ ମଂଚେନଗ୍ଲାଡବ୍ୟାକ ବିଶ୍ବକପ୍‌ରେ‌ ସେ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ଅଲିମ୍ପିକ୍ସ ସଫଳତା ପାଇଁ ତାଙ୍କୁ ମଧ୍ୟ ଅର୍ଜ୍ଜୁନ ପୁରସ୍କାର ମିଳିଥିଲା। ସୋମବାର ମିଡିଆ ସେଣ୍ଟର୍ ଆସିଥିଲେ ବି କିଛି କହିବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷରେ ‘ହୋମ୍ ଗ୍ରୋନ୍, ୱାର୍ଲଡ କ୍ଲାସ’ ଦିଲ୍ଲୀପ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଉଭୟ ସୌଜନ୍ୟମୂଳକ ଭାବେ ମିଡିଆ ସେଣ୍ଟର୍ ବୁଲି ସେମାନଙ୍କ ପୁରୁଣା ବଂଧୁମାନଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe