ଭାରତୀୟ ଦଳକୁ ବିଶ୍ୱକପ୍‌ ଶୁଭେଚ୍ଛା

Advertisment

ଜଣା ଅଜଣା

ଜଣା ଅଜଣା

ଭାରତୀୟ ଦଳକୁ ବିଶ୍ୱକପ୍‌ ଶୁଭେଚ୍ଛା

୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ବରିଷ୍ଠ ଫିଫା ବିଶ୍ୱକପ୍‌ରେ ଖେଳିବା ପରେ କେବଳ ୩ ଜଣ ଖେଳାଳି ମାରିଓ ଗଟ୍‌ଜେ, ଏମାନୁଏଲ୍‌ ପେଟିଟ୍‌ ଏବଂ ଆନ୍ଦ୍ରେ ଇନିସ୍ତା ଫିଫା ବିଶ୍ୱକପ୍‌ର ଗୋଲ୍‌ ଦେଇଥିଲେ। ସେହିଭଳି ଏକମାତ୍ର ଖେଳାଳିଭାବେ ଆଇକର୍‌ କାସିଲାସ୍‌ ଅଧିନାୟକ (୨୦୧୦) ଭାବେ ବିଜେତା ହୋଇଥିଲେ।
ଜଣା ଅଜଣା
ପ୍ରସ୍ତୁତି ଶେଷ: ସେପିନୂଆଦିଲ୍ଲୀ, : ଆଉ ମାତ୍ର ୨ ଦିନ ପରେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଭାରତରେ ଆୟୋଜିତ ହେବ। ଏଥି ଲାଗି ଷ୍ଟାଡିୟମ ଗୁଡ଼ିକ ଶତ ପ୍ରତିଶତ ପ୍ରସ୍ତୁତ ବୋଲି କହିଛନ୍ତି ସ୍ଥାନୀୟ ଆୟୋଜକ ସମିତିର ପ୍ରତିଯୋଗିତା ନିର୍ଦେଶକ ଜାଭିଏର ସେପି। ବିଶ୍ୱକପ୍‌ ଲାଗି ହୋଇଥିବା ଭିତ୍ତିଭୂମି ଉଚ୍ଚକୋଟିର ରହିଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଭାରତରେ ଫୁଟ୍‌ବଲ୍‌ର ଉନ୍ନତି ଲାଗି ଉପଯୋଗ ହେବ। ଦେଶର ୧୧୦ ଲକ୍ଷ ପିଲା ଫୁଟ୍‌ବଲ୍‌ ସହ ଯୋଡ଼ି ହୋଇଥିବାରୁ ଏହା ଆଉ ଏକ ସଫଳତା। ଏସବୁ ଦର୍ଶାଉଛି ଯେ ଦେଶରେ ଫୁଟ୍‌ବଲ୍‌ର ବିପ୍ଲବ ଆରମ୍ଭ ହୋଇଗଲାଣି। ଏହି ସମୟରେ ଆମର ପ୍ରସ୍ତୁତି କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଛି ବୋଲି ସେ କହିଛନ୍ତି। ସେପି ପୂର୍ବରୁ ଦୁଇଥର ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆୟୋଜନ କରିବାର ଅଭିଜ୍ଞତା ରଖିଛନ୍ତି। ସେ ୟୁଏଇ (୨୦୧୩) ଏବଂ ଚିଲି (୨୦୧୫)ରେ ଏହି ଦାୟିତ୍ୱ ନିର୍ବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe