ଭୁବନେଶ୍ବର : ଭୁବନେଶ୍ବର ଚେସ୍ ସଂଘ (ବିସିଏ) ପକ୍ଷରୁ ୩୫ତମ ଭୁବନେଶ୍ବର ସ୍କୁଲ୍ ଚେସ୍ ପ୍ରତିଯୋଗିତାରେ କଳିଙ୍ଗ ନଗର ଡିଏଭିର ଆଦିତ୍ୟ ଜେନା ବିଜେତା ହୋଇଛନ୍ତି। ଖଣ୍ଡଗିରି ସେଣ୍ଟ୍ ଜାଭିୟର୍ସର ସାଇ ଅଂଶୁମାନ ସିଂହ ଉପବିଜେତା ହୋଇଥିଲେ। ଉଭୟ ୬ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଅପରାଜେୟ ରହି ୫.୫ ପଏଣ୍ଟ୍ ଲେଖାଏଁ ପାଇଥିଲେ। ରିଶିତ ଦେବନାଥ, ଅଂଶୁମାନ ଦାସ, ଦିବ୍ୟାଂଶ ଦର୍ଶନ (ପ୍ରତ୍ୟେକ ୫ ପଏଣ୍ଟ), ତ୍ରିଦେବ ତୀର୍ଥଙ୍କର, ଲଳିତ ରଂଜନ ସାହୁ (ପ୍ରତ୍ୟେକ ୪.୫), ନମଶ୍ୟ ନଳିନୀ, ସାର୍ଥକ ମହାନ୍ତି, ସାରାଂଶ ମିଶ୍ର (ପ୍ରତ୍ୟେକ ୪ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ୟୁନିଟ-୮ ଡିଏଭିର ୫ ବର୍ଷ ୮ ମାସର ଅକ୍ଷିତ ଆଚାର୍ଯ୍ୟ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇଥିଲେ। ଡାକ୍ତର ଅମିତାଭ ଜେନା, ଡାକ୍ତର ଅମରେଶ ସାହୁ, ଗୁଇନ୍ଦା ଇନସ୍ପେକ୍ଟର ପ୍ରିୟଦର୍ଶିନୀ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ସାଇ ବିଣାପାଣୀ ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର, ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ବିସିଏ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।
ଭୁବନେଶ୍ବର ସ୍କୁଲ୍ ଚେସ୍: ଆଦିତ୍ୟ ବିଜେତା
Advertisment
Follow Us