ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଭୁବିଙ୍କ ଟେଷ୍ଟ୍ ଭବିଷ୍ୟତ ନିଷ୍ପତ୍ତି

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଭୁବିଙ୍କ ଟେଷ୍ଟ୍ ଭବିଷ୍ୟତ ନିଷ୍ପତ୍ତି

DNA India

ନୂଆଦିଲ୍ଲୀ : ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ‌ଟେଷ୍ଟ୍ କ୍ରିକେଟ୍ ଭବିଷ୍ୟତ ବିଷୟରେ ଚୟନକର୍ତ୍ତା ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଇଂଲଣ୍ଡ ଶୃଙ୍ଖଳାରେ ତାଙ୍କୁ ଦଳରେ ନେବା ଲାଗି ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଢେର ଆଗ୍ରହୀ ଥିଲେ। ତେବେ ଶୁବମନ ଗିଲ୍, ୱାସିଂଟନ୍ ସୁନ୍ଦର ଓ ଅଭେସ ଖାନ୍‌ଙ୍କ ବଦଳ ଖେଳାଳି ଭାବେ ଚୟନକର୍ତ୍ତା କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ପଠାଇବାକୁ ନିଷ୍ପତ୍ତି ନେବା ପରେ ଭୁବିଙ୍କ ଟେଷ୍ଟ୍ ଅଂଶଗ୍ରହଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ଭୁବିଙ୍କ ସହ ବିସିସିଆଇ ଅଧିକାରୀମାନେ ଆଲୋଚନା ବି କରିଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ତାଙ୍କୁ ଟେଷ୍ଟ୍ ଖେଳିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଉଭୟ ପକ୍ଷ ମଧ୍ୟରେ ବସିଥିବା ବୈଠକରେ ସମ୍ମତିପ୍ରକାଶ ପାଇଛି। ‘‘ଟେଷ୍ଟ୍ କ୍ରିକେଟ୍‌କୁ ଫେରିବା ପୂର୍ବରୁ ତାଙ୍କୁ ଅନ୍ୟୂନ ତିନି ଚାରିଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିବାକୁ ହେବ। କାରଣ ତିନି ବର୍ଷରୁ ଅଧିକ ସମୟ ଧରି ସେ ଟେଷ୍ଟ୍ କ୍ରିକେଟ୍ ‌ଖେଳିନାହାନ୍ତି। ହଠାତ୍ ଟେଷ୍ଟ୍ କ୍ରିକେଟ୍‌କୁ ଫେରିଲେ ଭୁବି ପୁଣି ଥରେ ଆହତ ହେବାର ଆଶଙ୍କା ରହିଛି। ପୃଥ୍ବୀ ଓ ସୂର୍ଯ୍ୟଙ୍କୁ ଇଂଲଣ୍ଡ ପଠାଇବାର ସବୁ ବ୍ୟବସ୍ଥା ସରିଛି। ଇଂଲଣ୍ଡ ପହଞ୍ଚିବା ପରେ ବାଧ୍ୟତାମୂଳକ ସଙ୍ଗରୋଧ ଅବଧି କଟାଇବା ପରେ ଦ୍ବିତୀୟ ଟେଷ୍ଟ୍‌ରୁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଦୌଡ଼ରେ ସାମିଲ ହୋଇ ପାରିବେ’’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe