କଟକ: ସ୍ଥାନୀୟ ପିଏମ୍ ଏକାଡେମି ପଡ଼ିଆରେ ଅନୁଷ୍ଠିତ ୨୫ତମ ରାଜ୍ୟ ବଲ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ପୁରୁଷ ବର୍ଗରେ ଭୁବନେଶ୍ୱର ଓ ମହିଳା ବର୍ଗରେ ଜଗତସିଂହପୁର ବିଜେତା ହୋଇଛନ୍ତି। ପୁରୁଷ ଫାଇନାଲରେ ଭୁବନେଶ୍ୱର ୩୫-୨୫, ୩୫-୨୪ ପଏଣ୍ଟରେ ଖୋର୍ଧାକୁ ଏବଂ ମହିଳା ବର୍ଗରେ ଜଗତସିଂହପୁର ୩୩-୩୫, ୩୫-୨୩ ଓ ୩୫-୧୯ରେ ଗଞ୍ଜାମକୁ ହରାଇ ବିଜେତା ହୋଇଥିଲା। ଏହାବ୍ୟତୀତ ପୁରୁଷରେ ଢେଙ୍କାନାଳକୁ ହରାଇ କଟକ ଏବଂ ମହିଳାରେ କଟକକୁ ହରାଇ ଢେଙ୍କାନାଳ ତୃତୀୟ ସ୍ଥାନରେ ରହିଥିଲେ। ଉଭୟ ପୁରୁଷ ଓ ମହିଳା ବର୍ଗର ୧୦ ଲେଖାଏଁ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ପୁରୁଷରେ ଭୁବନେଶ୍ୱରର ତ୍ରିନାଥ ରାଓ, ସେକ୍ ରୋଶନ, ଖୋର୍ଧାର ଅଶୋକ ଦାସ, ପୁପୁନ ପଟ୍ଟନାୟକ, କଟକର ସୁକେଶ ବେହେରା ଏବଂ ମହିଳାରେ ସସ୍ମିତା ସ୍ୱାଇଁ, ହରପ୍ରିୟା ସ୍ୱାଇଁ, ସୁନିତା ପଣ୍ଡା, ଗୀତାଞ୍ଜଳି ଗମାଙ୍ଗ, ସୂର୍ଯ୍ୟକାନ୍ତୀ ସାହୁଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପ୍ରତିଭାବାନ୍ ଖେଳାଳି ଭାବେ ପୁରୁଷରେ ସତ୍ୟବ୍ରତ ବରାଳ, ଅବନି କୁମାର ବେହେରା, କୈବଲ୍ୟ ଭୋଇ, ଶୁଭକାନ୍ତ ମହାନ୍ତି, ଅନିଲ କୁମାର କାଣ୍ଡି ଏବଂ ମହିଳାରେ ବି ସାମନ୍ତରାୟ, ସରସ୍ୱତୀ ସାମଲ, ସୁନିତା ସାହୁ, ସୁଚେଷ୍ଟା ପରିଡା, ସୋନାଲିକା ବଡମାଳି ପୁରସ୍କୃତ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us