ବାଙ୍ଗାଲୋର ଓପିଏଲ୍‌: ଫାଇନାଲ୍‌ରେ ଭୁବନେଶ୍ୱର

ବାଙ୍ଗାଲୋର ଓପିଏଲ୍‌: ଫାଇନାଲ୍‌ରେ ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶା ୟୁଥ୍‌ ବାଙ୍ଗାଲୋର ଆନୁକୂଲ୍ୟରେ ଏଥେନା ସ୍ପୋର୍ଟସ୍‌ କ୍ଲବ୍‌ ପଡ଼ିଆରେ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ର ପ୍ରଥମ ଦଳ ଭାବେ ଭୁବନେଶ୍ୱର ବାଉନ୍‌ସର୍ସ ସ୍ଥାନ ପକ୍କା କରିଛି। ଶନିବାର କ୍ୱାର୍ଟର ଫାଇନାଲ୍‌ରେ ଏହି ଦଳ ୪ ଓ୍ଵିକେଟ୍‌ରେ ଚିଲିକା ଏକାଦଶକୁ ପରାସ୍ତ କରିଥିଲା। ଚିଲିକା ୨୦ ଓଭରରେ ୨୨୩/୭ କରିଥିଲା ବେଳେ ଭୁବନେଶ୍ୱର ୧୯.୫ ଓଭରରେ ୬ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ୪୬ ବଲ୍‌ରୁ ଅପରାଜିତ ୮୭ ରନ୍‌ କରିଥିବା ମଞ୍ଜୁନାଥ ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତେବେ ୩ଟିଯାକ କ୍ୱାର୍ଟର ଫାଇନାଲ୍‌ରେ ଉନ୍ନତ ରନ୍‌ ହାରକୁ ଭିତ୍ତି କରି ଭୁବନେଶ୍ୱର ଦଳ ସିଧାସଳଖ ଫାଇନାଲ୍‌ ଯୋଗ୍ୟତା ହାସଲ କରିନେଇଛି। ଅନ୍ୟ କ୍ୱାର୍ଟର ଫାଇନାଲ୍‌ରେ କଟକ ବାରବାଟୀ ସୁପର କିଙ୍ଗ୍‌ସ ୨୩ ରନ୍‌ରେ ସମ୍ବଲପୁର ଭିଏସ୍‌ଏଲ୍‌କୁ ହରାଇଥିଲା। କଟକ ୧୬୯/୯ କରିବା ପରେ ସମ୍ବଲପୁର ୧୯.୪ ଓଭରରେ ୧୪୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ପିଟି ସିଂହ (୪୪ ରନ୍‌, ୩ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିପରି ଶେଷ କ୍ୱାର୍ଟର ଫାଇନାଲ୍‌ରେ ଜଗତ୍‌ସିଂହପୁର କଳିଙ୍ଗା ୯ ରନ୍‌ରେ କେନ୍ଦ୍ରାପଡ଼ା ଡ୍ରାଗନ୍‌କୁ ପରାସ୍ତ କରିଥିଲା। ଜଗତ୍‌ସିଂହପୁର ୧୫ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା ବେଳେ କେନ୍ଦ୍ରାପଡ଼ା ୧୬୪/୫ରେ ଅଟକି ଯାଇଥିଲା। ୧୭ ରନ୍‌ କରିବା ପରେ ୩ ଓ୍ଵିକେଟ୍‌ ନେଇଥିବା ଅଭିଜିତ୍‌ ଏ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆସନ୍ତାକାଲି ପ୍ରଥମେ ଜଗତ୍‌ସିଂହପୁର ଓ କଟକ ମଧ୍ୟରେ ସେମିଫାଇନାଲ୍‌ ଖେଳାଯିବ। ଏହାର ବିଜେତା ଦଳ ପରେ ଫାଇନାଲ୍‌ରେ ଭୁବନେଶ୍ୱରକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe