ଭୁବନେଶ୍ୱର ଆଇଏସ୍‌ଏଲ୍‌ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ

Advertisment
ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌, ଆଜି ଚେନ୍ନାୟିନ୍‌-ଏଟିକେ ଫାଇନାଲ୍‌

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପଦାର୍ପଣ କରିବାକୁ ଯାଉଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଫେବ୍ରୁଆରି ୨୫ ତାରିଖ ରାତି ୮ଟାରେ ଏହି ମ୍ୟାଚ୍‌ ବେଙ୍ଗାଲୁରୁ ଏଫ୍‌ସି ଏବଂ ଜାମସେଦପୁର ଏଫ୍‌ସି ମଧ୍ୟରେ ଖେଳାଯିବ। ଟାଟା ଷ୍ଟିଲ୍‌ ପ୍ରାୟୋଜିତ ଜାମସେଦପୁର ଏଫ୍‌ସି ଭୁବନେଶ୍ୱରକୁ ଦ୍ୱିତୀୟ ଘରୋଇ ପଡ଼ିଆ ଭାବେ ମନୋନୀତ କରିବା ପରେ ଏହି ମ୍ୟାଚ୍‌ ମିଳିଛି। ଆଇଏସ୍‌ଏଲ୍‌ ସହ ଅନୁବଂଧିତ ଟିକେଟ୍‌ ବିକ୍ରେତା Kyazoonga.com ରେ ଉପଲବ୍‌ଧ ହେଉଛି। ବ୍ଲକ୍‌ ‘ସି’ ପାଇଁ ଟିକେଟ୍‌ ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ବ୍ଲକ୍‌ ‘ଡି’ ପାଇଁ ଏହାର ମୂଲ୍ୟ ରହିଛି ୨୪୦ ଟଙ୍କା। ଏହି ଅନ୍ତର୍ଜାତୀୟ ସ୍ତରର ଫୁଟ୍‌ବଲ୍‌ ମ୍ୟାଚ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରାୟ ୧୦,୦୦୦ ଦର୍ଶକ ବସିବା କ୍ଷମତା କରାଯାଇଛି। ଅନ୍‌ ଲାଇନ୍‌ରେ ଟିକେଟ ଶେଷ ପର୍ଯ୍ୟନ୍ତ ବିକ୍ରି ଜାରି ରହିବ ଏବଂ ବଳକା ରହିଲେ କାଉଣ୍ଟର୍‌ ଟିକେଟ୍‌ ବିକ୍ରୀ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ର ଫୁଟ୍‌ବଲ୍‌ ବ୍ୟବସ୍ଥାକୁ ସଜଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe