ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ଲିଗ୍‌: କଳିଙ୍ଗ ବିଜେତା

Advertisment
ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ଲିଗ୍‌: କଳିଙ୍ଗ ବିଜେତା

ଭୁବନେଶ୍ୱର: କଳିଙ୍ଗ ବାସ୍କେଟ୍‌ବଲ୍‌ ସଂଘ ୧୯ ବର୍ଷରୁ କମ୍‌ ଭୁବନେଶ୍ୱର କନିଷ୍ଠ ବାସ୍କେଟ୍‌ବଲ୍‌ ଲିଗ୍‌ର ବିଜେତା ହୋଇଛି। ସ୍ଥାନୀୟ ୟୁନିଟ୍‌-୧ ବାସ୍କେଟ୍‌ବଲ୍‌ କମ୍ପ୍ଲେକ୍ସଠାରେ ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଲିଗ୍‌ରେ କଳିଙ୍ଗ ୫ ମ୍ୟାଚ୍‌ରୁ ୫ ଜିତି ପ୍ରଥମ ସ୍ଥାନରେ ରହିଥିଲା। ଡିଏଭି ଓ୍ଵାରିୟର୍ସ ୫ରୁ ୪ ଜିତି ଦ୍ୱିତୀୟ ଏବଂ ଯୁବା ଫାଇଟର୍ସ ୩ ବିଜୟ ସହ ତୃତୀୟ ସ୍ଥାନରେ ରହିଛି। ବୁଧବାର ଶେଷ ଦିନରେ କଳିଙ୍ଗ ଦଳ ୩୯-୧୩ରେ ବିଜେଇଏମ୍‌ ବୁଲ୍ସକୁ ହରାଇଥିଲା। ଅନ୍ୟ ଦୁଇ ମ୍ୟାଚ୍‌ରେ ଡିଏଭି ଦଳ ୩୬-୩୦ରେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌କୁ ଏବଂ ଯୁବା ଫାଇଟର୍ସର୍ ୬୨-୫୨ରେ ମଦର୍ସ ବାସ୍କେଟ୍‌ବଲ୍‌ କ୍ଲବ୍‌କୁ ହରାଇଥିଲା। ପ୍ରଥମ ତିନି ସ୍ଥାନରେ ଥିବା ଦଳଗୁଡ଼ିକୁ ଆସନ୍ତା ୧୫ ତାରିଖରେ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe