ଗେଲେଫୁ: ଭୁଟାନର ବାମହାତୀ ସ୍ପିନର ସୋନମ ୟେସ୍ଲି କ୍ରିକେଟ ଦୂନିଆରେ ଏକ ବଡ଼ କାରନାମା କରି ଦେଖାଇଛନ୍ତି । ସେ ବିଶ୍ବର ପ୍ରଥମ ବୋଲର୍ ଭାବେ କୌଣସି ଏକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ୮ ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି। ଏଭଳି ବିରଳ ବିଶ୍ବ ରେକର୍ଡ ସେ ମ୍ୟାମାର ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ କରିଛନ୍ତି।
୨୨ବର୍ଷୀୟା ସୋନମ ଏହି ମ୍ୟାଚ୍ରେ ୪ ଓଭରିଆ ସ୍ପେଲ୍ ପକାଇ ମାତ୍ର ୭ ରନ୍ ବିନିମୟରେ ୮ ୱିକେଟ୍ କରାୟତ୍ତ କରିଥିଲେ। ତାଙ୍କ ଶାଣିତ ତଥା ଶୃଙ୍ଖଳିତ ସ୍ପିନ୍ ବୋଲିଂ ବଳରେ ଭୁଟାନ ଧାର୍ଯ୍ୟ କରିଥିବା ୧୨୭ ରନ୍ର ଲକ୍ଷ୍ୟକୁ ପଶ୍ଚାତଧାବନ କରି ମ୍ୟାମାର ମାତ୍ର ୪୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ବିଶ୍ବ ରେକର୍ଡ ସହ ସୋନମ ଏହି ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ୩ ମ୍ୟାଚ୍ରୁ ୧୨ ୱିକେଟ୍ ନେଇ ଭୁଟାନ ବୋଲିଂ ବାହିନୀର ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛନ୍ତି।
ଆହୁରି ପଢନ୍ତୁ : DRDO : ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ
ସୋନମ ଏଭଳି ଅବିଶ୍ବସନୀୟ ବୋଲିଂ ଚିତ୍ର ପାଇବା ପୂର୍ବରୁ ଉଭୟ ପୁରୁଷ ଓ ମହିଳାକୁ ମିଶାଇ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍ରେ କେବଳ ମାଲେସିଆର ସାଜରୁଲ୍ ଇଦ୍ରୁସ (୭/୮ ବନାମ ଚୀନ, ୨୦୨୩) ଏବଂ ବାହାରିନର ଅଲି ଦାଓଦ (୭/୧୯ ବନାମ ଭୁଟାନ, ୨୦୧୯) ୭ ୱିକେଟ୍ ସଫଳତା ଲାଭ କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦କୁ ବାଦ୍ ଦେଲେ କେବଳ ଦୁଇ ଥର ଟ୍ବେଣ୍ଟି-୨୦ରେ ୭ ୱିକେଟ୍ ସଫଳତା ଇଂଲଣ୍ଡର କଲିନ ଅକରମ୍ୟାନ୍ (୭/୧୮, ଲିସେଷ୍ଟରସାୟାର ବନାମ ବର୍ମିଂହାମ, ୨୦୧୯) ଏବଂ ବାଂଲାଦେଶର ତସ୍କିନ ଅହମଦ (୭/୧୯, ଦରବାର ରାଜଶାହୀ ବନାମ ଢାକା କ୍ୟାପିଟାଲ୍ସ, ୨୦୨୫)ଙ୍କ ଦ୍ବାରା ହାସଲ ହୋଇଛି। ଅନ୍ୟପକ୍ଷରେ ମହିଳା ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ବୋଲିଂ ଚିତ୍ର ଇଣ୍ଡୋନେସିଆର ରୋମିଲାଙ୍କ ନାଁରେ ରହିଥିଲା। ଗତବର୍ଷ ମଙ୍ଗୋଲିଆ ବିପକ୍ଷରେ କୌଣସି ରନ୍ ବ୍ୟୟ ନକରି ୭ ୱିକେଟ୍ ନେଇଥିଲେ ସେ। ସେହିଭଳି ନେଦରଲାଣ୍ଡ୍ର ଫେଡରିକ୍ ଓଭରଜିକ ଫ୍ରାନ୍ସ ବିପକ୍ଷରେ ୭/୩, ଆର୍ଜେଣ୍ଟିନାର ଆଲିସନ୍ ଷ୍ଟକ୍ସ ପେରୁ ବିପକ୍ଷରେ ୭/୩ର ବୋଲିଂ ଚିତ୍ର ମଧ୍ୟ ପାଇଛନ୍ତି। ୨୦୨୨ ମସିହାରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ସୋନମ ଏପର୍ଯ୍ୟନ୍ତ ୩୪ ମ୍ୟାଚ୍ରେ ଭୁଟାନର ପ୍ରତିନିଧିତ୍ବ କରି ୩୭ ୱିକେଟ୍ ନେଇ ସାରିଲେଣି।
ଆହୁରି ପଢନ୍ତୁ : Russia-Ukraine War : ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/29/bhutan-2025-12-29-22-51-51.png)