ଭାରତ-ୱେଷ୍ଟଇଣ୍ଡିଜ୍‌ ଖେଳସୂଚୀ ଜାରି, ଭୁବି ଓ କୁଲଦୀପ ଦଳକୁ‌ ଫେରିଲେ

Advertisment
ଭାରତ-ୱେଷ୍ଟଇଣ୍ଡିଜ୍‌ ଖେଳସୂଚୀ ଜାରି, ଭୁବି ଓ କୁଲଦୀପ ଦଳକୁ‌ ଫେରିଲେ

Dailyhunt

ମୁମ୍ବାଇ: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଦ୍ବୟ (ଟି-୨୦ ଏବଂ ଏକଦିବସୀୟ) ଲାଗି ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ସିମର୍‌ ଭୁବନେଶ୍ବର କୁମାର ଏବଂ ବାମହାତୀ କଚଟି ସ୍ପିନର୍‌ କୁଲଦୀପ ଯାଦବ। ଗତ ବାଂଲାଦେଶ ବିପକ୍ଷ ଟି-୨୦ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ନିୟମିତ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳକୁ ଫେରିଛନ୍ତି। ଶେଷ ଥର ପାଇଁ ୨୦୧୭ରେ ଟି-୨୦ ଖେଳିଥିବା ମହମ୍ମଦ ସାମି ମଧ୍ୟ ପ୍ରତ୍ୟାବର୍ତନ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଖେଳିଥିବା ଖଲିଲ ମହମ୍ମଦ ଏବଂ ସାର୍ଦୁଲ ଠାକୁର ବାଦ୍ ପଡିଛନ୍ତି। କୃନାଲ୍ ପାଣ୍ଡ୍ୟା ମଧ୍ୟ ଦଳରୁ ବଞ୍ଚିତ ହୋଇଛନ୍ତି। ଶିଭମ ଦୁବେ, କେଦାର ଯାଦବ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଦୀପକ ଚହର ବାଂଲାଦେଶ ବିପକ୍ଷରେ କରିଥିବା ବିଶ୍ବ କୀର୍ତ୍ତିମାନ (୬/୭) ପାଇଁ ଉଭୟ ଦଳରେ ସୁଯୋଗ ପାଇଛନ୍ତି।

ଭାରତୀୟ ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, କେଏଲ୍ ରାହୁଲ, ଶ୍ରେୟସ ଆୟର୍‌, ମନୀଷ ପାଣ୍ଡେ, ଋଷବ ପନ୍ତ୍ (ୱିକେଟରକ୍ଷକ), ଶିଭମ ଦୁବେ, ୱାସିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ବର କୁମାର।

ଭାରତୀୟ ଏକଦିବସୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, କେଏଲ୍ ରାହୁଲ, ଶ୍ରେୟସ ଆୟର୍‌, ମନୀଷ ପାଣ୍ଡେ, ଋଷବ ପନ୍ତ୍ (ୱିକେଟରକ୍ଷକ), ଶିଭମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ବର କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe