ଆଇସିସି ମାସିକିଆ ପୁରସ୍କାର ତାଲିକାରେ ଭୁବି

Advertisment
ଆଇସିସି ମାସିକିଆ ପୁରସ୍କାର ତାଲିକାରେ ଭୁବି

Photo: Cricbuzz

ଦୁବାଇ: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆଇସିସି ଦ୍ବାରା ପ୍ରଚଳିତ ମାସିକିଆ ପୁରସ୍କାର ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ସେ ‘ମାସର ଶ୍ରେଷ୍ଠ ଖେଳାଳି’ ପାଇଁ ମନୋନୀତ ହୋଇଛନ୍ତି। ଗୁରୁବାର ଆଇସିସି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଉଭୟ ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ନାମ ତାଲିକା ଘୋଷଣା କରିଛି। ସେଥିରେ ଭୁବନେଶ୍ବରଙ୍କ ବ୍ୟତୀତ ପୁରୁଷ ବର୍ଗରେ ଅନ୍ୟମାନଙ୍କ ମଧ୍ୟରେ ଆଫ୍‌ଗାନିସ୍ତାନ ଲେଗ୍‌ ସ୍ପିନର ରସିଦ୍‌ ଖାନ୍‌ ଏବଂ ଜିମ୍ବାୱେ ତାରକା ସିନ୍‌ ୱିଲିୟମ୍‌ସ ରହିଛନ୍ତି। ମହିଳା ବର୍ଗରେ ଭାରତର ରାଜେଶ୍ବରୀ ଗାଏକ୍ବାଡ ଓ ପୂନମ୍‌ ରାଉତଙ୍କ ସହିତ ଦକ୍ଷିଣ ଆଫ୍ରିକାର ଲିଜେଲ ଲି ମନୋନୀତ ହୋଇଛନ୍ତି।

ଗତମାସରେ ଭୁବନେଶ୍ବର ଇଂଲଣ୍ଡ ବିପକ୍ଷରେ ତିନି ଦିନିକିଆ ମ୍ୟାଚ୍‌ ଖେଳି ୪.୬୫ ହାରରେ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ଚମତ୍କାର ଇକୋନୋମି ହାର (୬.୩୮)ରେ ୪ ୱିକେଟ୍‌ ଦଖଲ କରିଥିଲେ। ଏପରିକି ଭାରତ-ଇଂଲଣ୍ଡ ଧଳା ବଲ୍‌ ଶୃଙ୍ଖଳାରେ ଉଭୟ ଦଳ ପକ୍ଷରୁ ସେ ହିଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବୋଲର ରହିଥିଲେ। ଅନ୍ୟପକ୍ଷରେ ରସିଦ୍‌ ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୧୧ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୬ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡର ୱିଲିୟମ୍‌ସ ଆଫ୍‌ଗାନିସ୍ତାନ ବିପକ୍ଷରେ ୨ ଟେଷ୍ଟ୍‌ ଖେଳି ୨ ୱିକେଟ୍‌ ପାଇଥିଲା ବେଳେ ମୋଟ ୨୬୪ ରନ୍‌ କରିଥିଲେ। ସେ ମଧ୍ୟ ୩ ଟି-୨୦ରେ ୪୫ ରନ୍‌ କରିଥିଲେ।
ମହିଳା ବର୍ଗରେ ରାଜେଶ୍ବରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଦିନିକିଆ ମ୍ୟାଚ୍‌ରେ ୮ ୱିକେଟ୍‌ (୩.୫୬ ହାରରେ) ନେଇ ଅଗ୍ରଣୀ ବୋଲର ରହିଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟି-୨୦ରେ ୪.୭୫ ହାରରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ପୂନମ୍‌ ସେହି ଶୃଙ୍ଖଳାରେ ଭାରତର ଅଗ୍ରଣୀ ସ୍କୋରର୍‌ ହୋଇଥିଲେ। ସେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ଜମାଇଥିଲେ। ଲିଜେଲ ଲି ଭାରତ ବିପକ୍ଷ ୪ ଦିନିକିଆରେ ଗୋଟିଏ ଶତକ ଓ ୨ ଅର୍ଦ୍ଧଶତକ ହାସଲ କରି ଆଇସିସି ବ୍ୟାଟିଂ ମାନ୍ୟତା ତାଲିକାର ଶୀର୍ଷକୁ ଲମ୍ଫ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe