ଦ୍ବିତୀୟ ପାଳି ଆରମ୍ଭ କଲେ ବିଭୂଦତ୍ତ

ଦ୍ବିତୀୟ ପାଳି ଆରମ୍ଭ କଲେ ବିଭୂଦତ୍ତ

ଭୁବନେଶ୍ବର : ଓଡ଼ିଶା କ୍ରିକେଟର ବିଭୂଦତ୍ତ ପଣ୍ଡା ଶୁକ୍ରବାରଠୁ ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି। କଟକ ବୟାଳିଶମୌଜା ଦଧିବାମନପୁର ଅଞ୍ଚଳର ପ୍ରଦୀପ୍ତ ଚୌଧୁରୀ ଓ ସବିତା ଚୌଧୁରୀଙ୍କ ଝିଅ ସୁପ୍ରଭା ଚୌଧୁରୀଙ୍କୁ ଓଡ଼ିଶା ଅଲରାଉଣ୍ଡର ବିଭୂଦତ୍ତ ‌ଶୁକ୍ରବାର ବୈଦିକ ରୀତିରେ ବିବାହ କରିଛନ୍ତି।

କଟକ ବାସିନ୍ଦା ବିଭୂଦତ୍ତ ଓଡ଼ିଶା ପାଇଁ ୨୦୦୮ ଋତୁରେ ଭୁବନେଶ୍ବରଠାରେ ଗୁଜୁରାଟ ବିପକ୍ଷରେ ଏକମାତ୍ର ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ୨୩ ରନ୍‌ ସ୍କୋର କରିବା ସହ ୨ ୱିକେଟ୍‌ ଦଖଲ କରିଥିଲେ। ଏହାବାଦ୍‌ ୧୭ ଲିଷ୍ଟ ଏ’ରୁ ୧୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ୨୪୪ ରନ୍‌ ଏବଂ ୫ ଟ୍ବେଣ୍ଟି-୨୦ରୁ ୮୯.୪୭ ଷ୍ଟ୍ରାଇକ୍‌ ରେଟ୍‌ରେ ୧୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି ବୋଲିଂରେ ଲିଷ୍ଟ ଏ’ରେ ୧୪ ଓ ଟ୍ବେଣ୍ଟି-୨୦ରେ ୨ ୱିକେଟ୍‌ ନେଇଥିଲେ।

ତେବେ ୧୫ ବର୍ଷରୁ କମ୍‌ ବୟସରୁ ସେ ଓଡ଼ିଶା ଦଳର ନିୟମିତ ସଦସ୍ୟ ଭାବେ ଖେଳି ଆସିଛନ୍ତି। ପଲିଉମ୍ରିଗର ଟ୍ରଫି, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ବିନୁମଙ୍କଡ଼ ଟ୍ରଫି, କୁଚ୍‌ ବେହାର ଟ୍ରଫି, ସିକେ ନାୟୁଡୁ ଟ୍ରଫି ଇତ୍ୟାଦି ସମସ୍ତ ବୟସ ବର୍ଗର ଜାତୀୟ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି। ପୂର୍ବତନ ଦ୍ରୁତ ବୋଲର ସୌରଜିତ ମହାପାତ୍ରଙ୍କଠାରୁ ପ୍ରଶିକ୍ଷଣ ‌ନେବା ପରେ ପରବର୍ତ୍ତୀ ସମୟରେ ରାଇଜିଂ ଷ୍ଟୁଡେଣ୍ଟ ପାଇଁ କ୍ଲବ୍‌ କ୍ରିକେଟ୍‌ ଖେଳିଥିଲେ। ଏବେ ସେ ଭୁବନେଶ୍ବରସ୍ଥିତ ଏଜି କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe