ବିଶାଖାପାଟଣା: ଶେଷ ଥର ପାଇଁ ୪ବର୍ଷ ତଳେ ଅର୍ଥାତ୍ ୨୦୨୧-୨୨ ଋତୁରେ ଭାରତ କୌଣସି ଦ୍ବିପାକ୍ଷିତ ମୁକାବିଲାର ଉଭୟ ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳା ହାରିଥିଲା। କିନ୍ତୁ ଘରୋଇ ମାଟିରେ ଶେଷ ଥର ଲାଗି ପାଖାପାଖି ୩୯ବର୍ଷ ତଳେ ଅର୍ଥାତ୍ ୧୯୮୬-୮୭ରେ କୌଣସି ପୂର୍ଣ୍ଣକାଳୀନ ଦ୍ବିପାକ୍ଷିକ ଶୃଙ୍ଖଳାର ଉଭୟ ଦିନିକିଆ ଓ ଟେଷ୍ଟ୍ ପର୍ଯ୍ୟାୟ ହାରିଥିଲା। ୨୦୨୧-୨୨ ଗସ୍ତରେ ଏଭଳି ପରାଜୟ ଦକ୍ଷିଣ ଆଫ୍ରିକାଠାରୁ ଦକ୍ଷିଣ ଆଫ୍ରିକାରେ ବରଣ କରିଥିଲା ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ୧୯୮୬-୮୭ରେ ଘରୋଇ ମାଟିରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଟେଷ୍ଟ୍ ଶୃଙ୍ଖଳାକୁ ୦-୧ରେ ହାରିବା ପରେ ଦିନିକିଆକୁ ୧-୫ରେ ହାତଛଡ଼ା କରିଥିଲା। ଏବେ ଏହି ଦୁଇ ଆଲୋଡ଼ା ରେକର୍ଡକୁ ଭାଙ୍ଗିବା ଦ୍ବାର ଦେଶରେ ରହିଛି ଭାରତୀୟ କ୍ରିକେଟ୍ ଦଳ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାରିବା ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ସଂପ୍ରତି ୧-୧ ସ୍ଥିତିରେ ରହିଛି। ଏଣୁ ଶନିବାର ଖେଳାଯିବାକୁ ଥିବା ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆରେ ଭାରତର ସମ୍ମାନ ଓ ଶୃଙ୍ଖଳା, ସବୁକିଛି ବାଜିରେ ଲାଗିଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ବିରଳ ଯୁଗଳ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି। ସେହି ଦୃଷ୍ଟିରୁ ବିଶାଖାପାଟଣାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବଡ଼ ଲଢ଼େଇର ଆଖ୍ୟା ପାଇଛି। ରାୟପୁର ଭଳି ବିଶାଖାପାଟଣାରେ ମଧ୍ୟ କାକର ପଡ଼ିବାର ଭୟ ଥିବାରୁ ପୁଣି ଥରେ ଟସ୍ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି। ଭାରତ ଦିନିକିଆରେ ଲଗାତାର ୨୦ ଟସ୍ ହାରିବାର ଅପଯଶ ମୁଣ୍ଡାଇ ସାରିଥିଲା ବେଳେ ଶନିବାର ଭାଗ୍ୟ ଏହି କ୍ରମରେ କେଏଲ୍ ରାହୁଲଙ୍କ ସାଥ୍ ଦେଉ ବୋଲି ପ୍ରଶଂସକ ଶୁଭ ମନାସୁଛନ୍ତି।
Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା
ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ଆଜି
ଉଭୟ ଦଳ ପାଇଁ ରହିବ ଟ୍ରଫି ଜିତିବା ସୁଯୋଗ
ରାୟପୁରରେ ଭାରତ ୩୫୮ ରନ୍ର ବଡ଼ ସ୍କୋର୍ କରିବା ସତ୍ତ୍ବେ ଏହାକୁ ସୁରକ୍ଷିତ ରଖି ପାରି ନଥିଲା। ବୋଲରଙ୍କ ପ୍ରଭାବହୀନ ଓ ଲକ୍ଷ୍ୟହୀନ ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକା ଏହି ରନ୍ ପାହାଡ଼କୁ ସହଜରେ ଅତିକ୍ରମ କରିପାରିଥିଲ। ଏଣୁ ବିଶାଖାପାଟଣାରେ ମଧ୍ୟ ଭାରତୀୟ ବୋଲର ପୁଣି ଥରେ ପରୀକ୍ଷାରେ ରହିବେ। ଏକପ୍ରକାର ଟ୍ରଫି ଟକ୍କର ହୋଇଥିବାରୁ ଗତ ଦୁଇ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ବି ବିରାଟ କୋହଲି ତଥା ଭାରତୀୟ ଶୀର୍ଷକ୍ରମ ଉପରେ ସବୁକିଛି ନିର୍ଭର କରିବ। ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ଧିମା ପାଳି ଯୋଗୁ ରାୟପୁରର ଦ୍ବିତୀୟ ଦିନିକିଆରେ ଶେଷ ୯ ଓଭରରେ ଭାରତ ମାତ୍ର ୬୯ ରନ୍ କରିଥିଲା। ତୃତୀୟ ଦିନିକିଆରେ ତାଙ୍କୁ ନିଜ ବ୍ୟାଟଂ ଗତିକୁ ବଢ଼ାଇବାକୁ ହେବ। ଓପନର୍ ଯଶସ୍ବୀ ଜୟସ୍ବାଲ, ଅଲ୍ରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଏପର୍ଯ୍ୟନ୍ତ ଫିକା ରହିଥିଲା ବେଳେ ଦଳ ଉଭୟଙ୍କଠାରୁ ଶନିବାର ଭଲ ରନ୍ ଆଶାରେ ରହିବ। ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମ ପୂରା ଫର୍ମରେ ଥିଲା ବେଳେ ବୋଲର ବି ତୁଳନାତ୍ମକ ଭାବେ ଭଲ କରିଛନ୍ତି। ଏଣୁ ସବୁଚାପ ଘରୋଇ ଭାରତ ଉପରେ ହିଁ ରହିବ। ଉଭୟ ଦଳ ନିଜ ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ଧରଣର ଅଦଳବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। ବିଶାଖାପାଟଣାରେ ୩୮୭ ରନ୍ ସର୍ବୋଚ୍ଚ ଓ ୧୧୭ ରନ୍ର ସର୍ମନିମ୍ନ ସ୍କୋର୍ ଦେଖିବାକୁ ମିଳି ସାରିଥିବାରୁ ପିଚ୍କୁ ନେଇ କୌଣସି ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର। ତଥାପି ଶନିବାର ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ।
Literature: ‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/06/fhffhsxvb-2025-12-06-02-11-20.jpg)