ଅଷ୍ଟ୍ରେଲିଅ‌ା‌ ହକିର ‘ବିଗ୍ ଡଗ୍’

Advertisment
ମା’ ବେଙ୍ଗଲି, ବାପା ଇଟାଲି: ଜେଜେବାପା ଭାରତ ପାଇଁ ଖେଳିଥିଲେ

ଅଷ୍ଟ୍ରେଲିଆର ଭି‌କ୍ଟୋରିଆ ପ୍ରଦେଶରେ ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିବା ସିରିଏଲୋଙ୍କର ଜଣେ ଦକ୍ଷ ଖେଳାଳି ଭାବେ ବେଶ୍ ସୁନାମ ଥିଲା। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରି ସେ ଅଲିମ୍ପିକ୍ସଠାରୁ ବିଶ୍ବକପ୍ ପର୍ଯ୍ୟନ୍ତ ସବୁଠି ପଦକ ଜିତିଛନ୍ତି। ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ଏକ ହକି ଏକାଡେମି ଅଛି। ଦୀର୍ଘ ବର୍ଷ ତଳୁ ସେ ଅଷ୍ଟ୍ରେଲିଆରେ ବିଭିନ୍ନ କନିଷ୍ଠ ସ୍ତରୀୟ ଦଳକୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ‌ ସିରିଏଲୋ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲେ। ଏବେ ସେହି କଳିଙ୍ଗ ଷ୍ଟାଡିୟମରେ ଭାରତକୁ ପ୍ରଶିକ୍ଷଣ ଦେଉଛନ୍ତି। ୯ ବର୍ଷ ଧରି ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିବା ପରେ ଗତବର୍ଷ ସେ ୩୨ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ। ବଳିଷ୍ଠ ଚେହେରା ପାଇଁ ସାଙ୍ଗସାଥୀ ମହଲରେ ବିଗ୍ ଡଗ୍ ଭାବେ ପରିଚିତ ସିରିଏଲୋ ୧୭୦ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳିଛନ୍ତି। ତାଙ୍କର ଇଣ୍ଡିଆନ୍ ହକି ଲିଗ୍‌ ଖେଳିବାର ଅଭିଜ୍ଞତା ବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe