ଗୋଟିଏ ବି ମ୍ୟାଚ୍‌ ନଖେଳି ଦିଲ୍ଲୀ ଦଳରେ ବିହାର ସାଂସଦଙ୍କ ପୁଅ

Advertisment
ଗୋଟିଏ ବି ମ୍ୟାଚ୍‌ ନଖେଳି ଦିଲ୍ଲୀ ଦଳରେ ବିହାର ସାଂସଦଙ୍କ ପୁଅ

ନୂଆଦିଲ୍ଲୀ: ବିହାରରେ କିଛି ବି ହୋଇପାରେ। ପରୀକ୍ଷା ନ ଦେଇ ଆପଣ ଟପର ହୋଇପାରିବେ। କୋଟି କୋଟି ଟଙ୍କାର ଦୁର୍ନୀତି କରି ମନ୍ତ୍ରୀ ପଦ ବି ପାଇ ପାରିବେ। ଏବେ କିନ୍ତୁ ଦିଲ୍ଲୀକୁ ବିହାର ରୋଗ ଲାଗିଛି। ଚଳିତ କ୍ରିକେଟ୍‌ ଋତୁରେ ଗୋଟିଏ ହେଲେ ବି ଘରୋଇ ମ୍ୟାଚ୍‌ ଖେଳି ନଥିବା ବିହାର ସାଂସଦ ପପ୍ପୁ ଯାଦବଙ୍କ ପୁଅ ସାର୍ଥକ ଯାଦବ ଦିଲ୍ଲୀ ଟେ୍ଵଣ୍ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ଆଶ୍ଚର୍ଯ୍ୟଜନକ ଭାବେ ଦିଲ୍ଲୀ ୨୩ ବର୍ଷରୁ କମ୍‌ ଦଳର ସର୍ବାଧିକ ରନ୍‌ ସଂଗ୍ରହକାରୀ ହିତେନ ଦଲାଲଙ୍କୁ ଦଳର ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖା ଯାଇଛି। ଯାହା ଘରୋଇ କ୍ରିକେଟ୍‌ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି।
ପପ୍ପୁ ଯାଦବଙ୍କ ସରକାରୀ ନାଁ ରାଜେଶ ରଂଜନ ହୋଇଥିଲା ବେଳେ ସେ ମାଧେପୁରାରୁ ସାଂସଦ ଅଛନ୍ତି। ତାଙ୍କ ପତ୍ନୀ ରଂଜିତ ରଞ୍ଜନ ମଧ୍ୟ ସୁପ୍‌ଲାର ସାଂସଦ ଅଛନ୍ତି। ପତି-ପତ୍ନୀ କ୍ଷମତାଶାଳୀ ରାଜନେତା ହୋଇଥିବାରୁ ସାର୍ଥକକୁ ଏହି ଅନୁଗ୍ରହ ଦେଖା ଯାଇଥିବା ଅଭିଯୋଗ ହୋଇଛି। ଏଥିଲାଗି ଅତୁଲ ଓ୍ଵାସନ, ହରି ଗିଦଓ୍ଵାନି ଓ ରବିନ ସିଂହ (ଜୁନିଅର)ଙ୍କୁ ନେଇ ଗଠିତ ତିନି ଜଣିଆ ଚୟନ ସମିତି ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି। ସାର୍ଥକ ମଧ୍ୟ ବିବାଦୀୟ ଭାବେ ମୁସ୍ତାକ ଅଲ୍ଲୀ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଖେଳିଥିବା ଦିଲ୍ଲୀ ଦଳର ସଦସ୍ୟ ଥିଲେ। ତେବେ ତିନିଟି ମ୍ୟାଚ୍‌ରୁ ସେ ମାତ୍ର ୧୦ ରନ୍‌ କରିଥିଲେ। ବିସ୍ମୟକର ବିଷୟ ହେଉଛି ଯେ ସାର୍ଥକ ନିଜ ତରଫରୁ ଦିଲ୍ଲୀ ରଣଜୀ ଶିବିରରୁ ଓହରି ଯାଇଥିଲେ। ହଠାତ୍‌ କିନ୍ତୁ ଟେ୍ଵଣ୍ଟି-୨୦ ଦଳକୁ ଫେରି ଆସିଥିଲେ। ଦିଲ୍ଲୀ କ୍ରିକେଟ୍‌ ସଂଘର ଜଣେ ବରିଷ୍ଠ କର୍ମକର୍ତାଙ୍କ ସୁପାରିସକ୍ରମେ ତାଙ୍କୁ ଏଭଳି ସୁଯୋଗ ଏବଂ ହିତେନ ଏକ ଗରିବ ପରିବାରରୁ ଆସିଥିବାରୁ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe