ରଣଜୀ ଟ୍ରଫିରେ ଖେଳିବ ବିହାର

Advertisment

ନୂଆଦିଲ୍ଲୀ: ନୂଆ ବର୍ଷ ୨୦୧୮ରେ ବିହାର କ୍ରିକେଟ୍‌ ପାଇଁ ଖୁସି ଖବର ଆସିଛି। ଆସନ୍ତା ବର୍ଷ ରଣଜୀ ଟ୍ରଫି ସମେତ ସମସ୍ତ ଘରୋଇ କ୍ରିକେଟ୍‌ ଖେଳିବା ଲାଗି ବିହାର ରାଜ୍ୟ ଦଳକୁ ଅନୁମତି ଦେବାକୁ ଗୁରୁବାର ଉଚ୍ଚତମ ନ୍ୟାୟାଳୟ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ନିର୍ଦେଶ ଦେଇଛନ୍ତି। ଫଳରେ ପ୍ରାୟ ୧୮ ବର୍ଷ ଧରି ଭାରତୀୟ ଘରୋଇ କ୍ରିକେଟ୍‌ରୁ ଦୂରେଇ ରହିଥିବା ବିହାର ପୁଣି ଥରେ ରଣଜୀ ଟ୍ରଫିକୁ ଫେରିବ। ବିହାର ବିସିସିଆଇର ପୂର୍ଣ୍ଣ ସଦସ୍ୟ ନଥିବାରୁ ବୋର୍ଡ ୨୦୦୦ ମସିହାରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖେଳିବା ଲାଗି ଅନୁମତି ଦେଉନଥିଲା। ୨୦୦୧ରେ ବିସିସିଆଇର ତତ୍କାଳୀନ ସଭାପତି ଜଗମୋହନ ଡାଲମିଆ ବିହାର ସଂଘର ସ୍ୱୀକୃତି ରଦ୍ଦ କରିବା ସହିତ ନୂଆ ରାଜ୍ୟ ଝାଡ଼ଖଣ୍ଡକୁ ବିସିସିଆର ପୂର୍ଣ୍ଣ ସଦସ୍ୟତା ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe