ଈରାନୀ କପ୍‌ରେ ଅବଶିଷ୍ଟ ଭାରତର ନେତୃତ୍ବ ନେବେ ବିହାରୀ

Advertisment
ଈରାନୀ କପ୍‌ରେ ଅବଶିଷ୍ଟ ଭାରତର ନେତୃତ୍ବ ନେବେ ବିହାରୀ

news18

ନୂଆଦିଲ୍ଲୀ: ୩ ବର୍ଷ ପରେ ଫେରିଥିବା ବିସିସିଆଇର ଘରୋଇ ପ୍ରତିଯୋଗିତା ଈରାନୀ କପ୍‌ରେ ଏଥର ନେତୃତ୍ବ ନେବେ ହନୁମା ବିହାରୀ। କୋଭିଡ୍‌ ମହାମାରୀ ପାଇଁ ଗତ ୨ ଋତୁ ହେଲା ବନ୍ଦ ରହିଥିବା ଈରାନୀ କପ୍‌ ଏଥର ଅକ୍ଟୋବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ରାଜକୋଟ୍‌ରେ ଖେଳାଯିବ। ଏଥିରେ ୨୦୧୯-୨୦ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ରକୁ ଭେଟିବ ଅବଶିଷ୍ଟ ଭାରତ। ବୁଧବାର ବିସିସିଆଇ ବିହାରୀଙ୍କ ନେତୃତ୍ବରେ ଏକ ୧୬ ଜଣିଆ ଅବଶିଷ୍ଟ ଭାରତ ଦଳ ଘୋ‌ଷଣା କରିଛି। ଏହି ଦଳରେ ନାଲି ବଲ୍‌ ବିଶେଷଜ୍ଞ ବ୍ୟାଟର୍‌ ମୟଙ୍କ ଅଗ୍ରୱାଲ ଏବଂ ପ୍ରିୟଙ୍କ ପାଞ୍ଚଲ ସାମିଲ ଅଛନ୍ତି।

ଏହି ଦୁଇ ଜଣ ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ-ଏ ବିପକ୍ଷ ଶୃଙ୍ଖଳାରେ ଭାରତ-ଏ ପକ୍ଷରୁ ଖେଳିଥିଲେ। ଉଭୟେ ମଧ୍ୟ ଦଲୀପ ଟ୍ରଫି ବିଜେତା ପଶ୍ଚିମାଞ୍ଚଳ ଦଳର ସଦସ୍ୟ ରହିଥିଲେ। ୟାଶ୍‌ ଧୂଲ୍‌ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଭଳି ଦକ୍ଷ ଯୁବ ତାରକା ମଧ୍ୟ ଈରାନୀ କପ୍‌ ଦଳରେ ସ୍ଥାନ ପାଇଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧୀନ ଦଲୀପ ଟ୍ରଫି ବିଜେତା ପଶ୍ଚିମାଞ୍ଚଳ ଦଳ ପକ୍ଷରୁ ଜୟସ୍ବାଲ ମଧ୍ୟ ଦ୍ବିଶତକୀୟ ପାଳି ଖେଳିଥିଲେ। ସେହିପରି ଉଦୀୟମାନ ଦ୍ରୁତ ବୋଲର ଉମ୍ରାନ ମଲିକ ଏବଂ ବିସ୍ଫୋରକ ବ୍ୟାଟର୍‌ ସର୍ଫରାଜ ଖାନ୍‌ ମଧ୍ୟ ଅବଶିଷ୍ଟ ଭାରତ ଦଳରେ ରହିଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାରା ସମ୍ଭବତଃ ସୌରାଷ୍ଟ୍ର ପକ୍ଷରୁ ଖେଳିବେ।

ଅବଶିଷ୍ଟ ଭାରତ ଦଳ: ହନୁମା ବିହାରୀ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚଲ, ଅଭିମନ୍ୟୁ ଈଶ୍ବରନ୍‌, ୟାଶ୍‌ ଧୂଲ୍‌, ସର୍ଫରାଜ ଖାନ୍‌, ଯଶସ୍ବୀ ଜୟସ୍ବାଲ, କେଏସ୍‌ ଭରତ, ଉପେନ୍ଦ୍ର ଯାଦବ, ଜୟନ୍ତ ଯାଦବ, ସୌରଭ କୁମାର, ଆର୍‌ ସାଇ କିଶୋର, ମୁକେଶ କୁମାର, ଉମ୍ରାନ୍‌ ମଲିକ, କୁଲ୍‌ଦୀପ ସେନ୍‌, ଅର୍ଜନ ନାଗୱସ୍‌ୱାଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe