ବିଜୟ ମର୍ଚ୍ଚାଣ୍ଟ ଟ୍ରଫି:ଆସାମ ମ୍ୟାଚ୍‌ ପାଇଁ ୩ ପରିବର୍ତ୍ତନ

ମାର୍କଣ୍ଡେଙ୍କୁ ୫ ୱିକେଟ୍‌: ଭାରତ-ଏ’ର ବିଜୟ

କଟକ: ବିଡ଼ାନାସୀ ପଡ଼ିଆରେ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଆସାମ ବିପକ୍ଷରେ ଖେଳାଯିବାକୁଥିବା ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ତୃତୀୟ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ‌େର ତିନିଟି ପରିବର୍ତନ କରାଯାଇଛି। ସୂର୍ଯ୍ୟ ମହାପାତ୍ରଙ୍କ ନେତୃତ୍ବରେ ଘୋଷିତ ପରିବର୍ତିତ ଦଳରେ ଯାଜ୍ଞଜିତ ସାହୁ, ଅଭିଷେକ ହୋତା ଓ ସାର୍ଥକ ସୌରଭ କୁମାରଙ୍କୁ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ ଆଶୁତୋଷ ସାମଲ, ଅ˚ଶୁମାନ ବେଜ, ପାନାକାଲ ଶଶାଙ୍କଙ୍କୁ ସାମିଲ କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ଦୁଇଟି ମ୍ୟାଚ୍‌ ଖେଳିସାରିଥିଲା ବେଳେ ବିଜୟଶୂନ୍ୟ ରହିଛି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲଠୁ ୯ ଵିକେଟରେ ହାରିଯାଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌କୁ ଝାଡ଼ଖଣ୍ତ ସହ ଅମୀମା˚ସିତ ରଖିଥିଲା। 

ଓଡ଼ିଶା ଦଳ: ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ପ୍ରିନ୍ସ ସଙ୍କେତ ବେହେରା, ବିଶ୍ବ ବିଭବ ମୁଦୁଲି, ବିଶ୍ବଜିତ ପାତ୍ର, ବିଭା˚ଶୁ ଶେଖର ରାଏ, ରମେଶ ମେଲେକା, ଦୀନେଶ କୁମାର ମାଝୀ, ଆଶୁତୋଷ ସାହୁ, ଆଶୁତୋଷ ଛୁରିଆ, ଶୋଭନ ଦେବ ବେହେରା, ସାଇ ଶୁଭମ୍‌, ଆଶୁତୋଷ ସାମଲ, ଅ˚ଶୁମାନ ବେଜ, ଶ୍ରେଷ୍ଠ ସି˚ହ, ପାନାକାଲ ଶଶାଙ୍କ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe