ଅଗଷ୍ଟରେ ବିଜେନ୍ଦରଙ୍କ ଷଷ୍ଠ ଘରୋଇ ପେସାଦାର ବାଉଟ୍‌

ଅଗଷ୍ଟରେ ବିଜେନ୍ଦରଙ୍କ ଷଷ୍ଠ ଘରୋଇ ପେସାଦାର ବାଉଟ୍‌

Hindustan Times

ନୂଆଦିଲ୍ଲୀ: ଭାରତର ପ୍ରଥମ ପେସାଦାର ମୁଷ୍ଟି‌ଯୋଦ୍ଧା ତଥା ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ବିଜେନ୍ଦର ସିଂହ ଅଗଷ୍ଟ ମାସରେ ଦେଶ ଭିତରେ ତାଙ୍କ ଷଷ୍ଠ ପେସାଦାର ବାଉଟ୍ ଲଢ଼ିବେ। ଛତିଶଗଡ଼ର ରାଇପୁରଠାରେ ପ୍ରଥମ ଥର ଆୟୋଜିତ ‘ରମ୍ବଲ୍ ଇନ୍ ଦ ଜଙ୍ଗଲ୍‌’ କାର୍ଯ୍ୟକ୍ରମ ଅବସରରେ ଏହି ବାଉଟ୍ ଅନୁଷ୍ଠିତ ହେବ। ଛତିଶଗଡ଼ ସରକାର ପ୍ରଥମ ଥର ପାଇଁ ଏଭଳି ଏକ ବଡ଼ ମୁଷ୍ଟିଯୁଦ୍ଧ ବାଉଟ୍ ଆୟୋଜନ କରି ରାଜ୍ୟରେ ଖେଳର ବିକାଶ ଆଶା ରଖିଛନ୍ତି। ଛତିଶଗଡ଼ରେ ବକ୍ସିଂର ପ୍ରବେଶ ସହ ଏହା ନୂଆ ପିଢ଼ିର ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ବିଜେନ୍ଦର ପ୍ରକାଶ କରିଛନ୍ତି। ରାଜ୍ୟରେ ଖେଳର ବିକାଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବାଘେଲ ପ୍ରକାଶ କରିଛନ୍ତି।

୩୬ ବର୍ଷୀୟ ବିଜେନ୍ଦର ୨୦୦୮ ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଶିଖର ଛୁଇଁଥିଲେ। ୨୦୧୫ ମସିହାରେ ପେସାଦାର ମୁଷ୍ଟିଯୋଦ୍ଧା ଜୀବନ ଆରମ୍ଭ କରିଥିବା ଏହି ହରିୟାଣା ତାରକା ଏବେ ୮ ନକ୍ ଆଉଟ୍ ସଫଳତା ସହ ୧୨-୧ରେ ଆଗୁଆ ରହିଛନ୍ତି। ୧୨ଟି ବାଉଟ୍‌ରେ ଅପରାଜିତ ରହିବା ପରେ ଗୋଆରେ ଅନୁଷ୍ଠିତ ଗତ ମୁକାବିଲାରେ ସେ ହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe