ସୋଫିଆ (ବୁଲ୍ଗେରିଆ): ତିନି ଭାରତୀୟ ମୁଷ୍ଟିଯୋଦ୍ଧା ବିକାଶ କୃଷ୍ଣନ୍, ଅମିତ୍ ପଘଂଲ ଓ ମନୀଷ ପାଓ୍ଵାର ଏଠାରେ ଆରମ୍ଭ ହୋଇଥିବା ୬୯ତମ ଷ୍ଟ୍ରାଞ୍ଜା ସ୍ମାରକୀ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ବୁଧବାର ପୂର୍ବତନ ବିଶ୍ୱ ଓ ଏସୀୟ କ୍ରୀଡ଼ା ପଦକ ବିଜେତା ବିକାଶ ୭୫ କେଜି ବର୍ଗରେ ମରକ୍କୋ ପ୍ରତିଦ୍ୱନ୍ଦ୍ୱୀ ଆମେର୍ ଗିନିଫିଡ୍ଙ୍କୁ, ବିଶ୍ୱ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲିଷ୍ଟ ଅମିତ୍ ୪୯ କେଜିରେ ମରିସିଆନ୍ ଶର୍ବିନ୍ କୁମାରଙ୍କୁ ଏବଂ ମନୀଷ ପାଓ୍ଵାର ୮୧ କେଜିରେ ମରକ୍କୋର ମହମ୍ମଦ ଆମିନ୍ଙ୍କୁ ପରାସ୍ତ କରି କ୍ୱାର୍ଟରରେ ପହଞ୍ଚିଛନ୍ତି। ତେବେ ମନୋଜ କୁମାର (୬୯ କେଜି) ମରକ୍କୋର ଆବ୍ଦେଲ୍କବୀର ବେଲାସେକ୍ଙ୍କଠୁ ହାରି ବିଦାୟ ନେଇଛନ୍ତି। ଏହି ପ୍ରତିଯୋଗିତାରେ ଭାତର ଏପର୍ଯ୍ୟନ୍ତ ୪ ପଦକ ନିଶ୍ଚିତ କରିଛି। ମହିଳା ବର୍ଗରେ ସୀମା ପୂନିଆ (୮୧ କେଜିରୁ ଅଧିକ), ସାଓ୍ଵିଟି ବୁରା (୭୫ ଜେି), ମିନା କୁମାରୀ ଦେବୀ (୫୪ କେଜି) ଏବଂ ଭାଗ୍ୟବତୀ କଚାରି (୮୧ କେଜି) ସେମିଫାଇନାଲ୍ରେ ପହଞ୍ଚି ପଦକ ସୁନିଶ୍ଚିତ କରିଛନ୍ତି।
ଷ୍ଟ୍ରାଞ୍ଜା ସ୍ମାରକୀ ମୁଷ୍ଟିଯୁଦ୍ଧ କ୍ୱାର୍ଟରରେ ବିକାଶ, ଅମିତ୍, ମନୀଷ
Advertisment
Follow Us