www.indiatoday.in
ନୂଆଦିଲ୍ଲୀ: ‘ଜଣେ ବାଇକ୍ ଚାଳକ ଦେଖିଲେ ଯେ ରାସ୍ତା ଉପରେ ଏକ ଦମ୍ପତି ନିଜକୁ ରିିକ୍ସା ନେଇ ଯାଉଛନ୍ତି। ସ୍ବାମୀ ରିକ୍ସା ଚଳାଉଥିବା ବେଳେ ତାଙ୍କ ସ୍ତ୍ରୀ ରିକ୍ସାକୁ ପଛରୁ ପେଲି ପେଲି ନେଉଛନ୍ତି । ବାଇକ୍ ଚାଳକ ଉକ୍ତ ମହିଳାଙ୍କୁ ରିକ୍ସା ଉପରେ ବସିବାକୁ ଅନୁରୋଧ କଲେ ଏବଂ ପତି-ପତ୍ନୀ ମୁଖ୍ୟ ରାସ୍ତା(ମେନ୍ ରୋଡ୍)ରେ ନ ପହଞ୍ଚିବା ପର୍ଯ୍ୟନ୍ତ ବାଇକ୍ ଚାଳକ ଜଣକ ନିଜ ବାଇକ୍ରେ ରିକ୍ସାକୁ ଠେଲି ଠେଲି ନେଇ ଚାଲିଲେ।’ ଏହି ସମୟର ଏକ ଭିଡିଓ ପୋଷ୍ଟ୍ କରି ଟ୍ବିଟର୍ରେ ‘ମାନବିକତା ଜିନ୍ଦାବାଦ୍’ କ୍ୟାପ୍ସନ୍ ଲେଖି ଟ୍ବିଟ୍ କରିଛନ୍ତି କ୍ରିକେଟ୍ ତାରକା ବୀରେନ୍ଦ୍ର ସେହ୍ବାଗ।
ବୀରେନ୍ଦ୍ର ସେହ୍ବାଗ ସେୟାର କରିଥିବା ଏହି ୧୫ ସେକେଣ୍ଡ୍ ଅବଧିର କ୍ଲିପ୍ଟିର ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି। ଭିଡିଓଟି ଇଣ୍ଟର୍ନେଟ୍ରେ ସେୟାର ହେବା ପରେ ଏହାକୁ ୨୮ ହଜାର ଲାଇକ୍ ମିଳିସାରିଲାଣି। ଏହାକୁ ୧୬୦୦ ଥର ରି-ଟ୍ବିଟ୍ କରାଯାଇଛି।
ସୋସିଆଲ୍ ମିଡିଆ ବ୍ୟବହାକାରୀମାନେ ବାଇକ୍ ଚାଳକଙ୍କର ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି। ଏହି ବାଇକ୍ ଚାଳକଙ୍କ ପରି ମହାନ ହୃଦୟ ଆମ ସମସ୍ତଙ୍କ ପାଖରେ ରହିବା ଉଚିତ ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ଆଉ କେହି ବାଇକ୍ ଚାଳକଙ୍କୁ ଜଣେ ପ୍ରକୃତ ମଣିଷ ବୋଲି ଲେଖିଛନ୍ତି।
Follow Us