ପଦ୍ମବିଭୂଷଣ ଦୌଡ଼ରେ ବିନ୍ଦ୍ରା

Advertisment
ପଦ୍ମବିଭୂଷଣ ଦୌଡ଼ରେ ବିନ୍ଦ୍ରା

ନୂଆଦିଲ୍ଲୀ: ଚାମ୍ପିଅନ୍‌ ବନ୍ଧୁକଚାଳକ ଅଭିନବ ବିନ୍ଦ୍ରା ଚଳିତ ବର୍ଷ ପାଇଁ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ଦୌଡ଼ରେ ରହିଥିବା ବିଶ୍ବସ୍ତ ସୁତ୍ରରୁ ଜଣାପଡିଛି। ବେଜିଂ ଅଲିମ୍ପିକ୍‌ରେ ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଜିତିଥିବା ବିନ୍ଦ୍ରାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ପଂଜାବ ସରକାର ସୁପାରିସ କରିଛନ୍ତି। ଏହା ପୂର୍ବରୁ ୨୦୦୯ରେ ବିନ୍ଦ୍ରାଙ୍କୁ ପଦ୍ମଭୂଷଣରେ ସମ୍ମାନୀତ କରାଯାଇଥିଲା। ଭାରତୀୟ କ୍ରୀଡା ଇତିହାସରେ ବର୍ତ୍ତମାନ ସୁଦ୍ଧା ତିନିଜଣ ଚେସ୍‌ ତାରକା ବିଶ୍ବନାଥନ୍‌ ଆନନ୍ଦ, କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା ବେଳେ ପର୍ବତାରୋହୀ ସାର ଏଡ୍‌ମଣ୍ଡ ହିଲାରୀଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି।

ଅପରପକ୍ଷେ ଦୁଇଜଣ ଅଲିମ୍ପିକ୍‌ ବିଜେତା ସୁଶୀଲ କୁମାର ଓ ଦେବେନ୍ଦ୍ର ଝାଝାରିଆ ଏବଂ କ୍ରିକେଟର ହରଭଜନ ସିଂହଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଛି। ଏତଦ୍ ବ୍ୟତୀତ ଫୁଟ୍‌ବଲ ଖେଳାଳୀ ଇନ୍ଦର ସିଂହ ଗୁଆଁଗ, ବନ୍ଧୁକଚାଳକ ରଂଜନ ସିଂହ ସୋଢି, ହକି ତାରକା ଧରମବୀର ସିଂହ ଓ ସୁନ୍ଦର ସିଂହ ସୋଢି, ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା, କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କୁ ପଦ୍ମଶ୍ରୀ ପାଇଁ ସୁପାରିସ କରାଯାଇଥିବା ଜଣାପଡିଛି। ୭୨ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ୨୦୨୧ର ଘୋଷଣା କରାଯିବ ସମ୍ଭାବନା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe