କଟକ: ଚତୁର୍ଥ ପରାଜୟ ସହ ଓଡ଼ିଶାର ବିନୁ ମଙ୍କଡ଼ ଟ୍ରଫି ଅଭିଯାନ ଶେଷ ହୋଇଛି। ବୁଧବାର ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶାର ଦୁର୍ବଳ ବ୍ୟାଟିଂକ୍ରମ ପୁଣି ବିଫଳ ହେବା ଯୋଗୁଁ ଆସାମଠୁ ହାରିଯାଇଛି। ମ୍ୟାଚ୍ରେ ଆସାମ ୪୩.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୯୬ ରନ୍ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରିୟାନ ପରାଗଙ୍କୁ ଛାଡ଼ିଦେଲେ ଅନ୍ୟମାନେ ନିୟମିତ ଅନ୍ତରାଳରେ ଆଉଟ ହୋଇଚାଲିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୩୬ତମ ଓଭରର ଚତୁର୍ଥ ବଲ୍ରେ ରିୟାନ ମଙ୍କଡିଂ ଆଉଟ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୁଶ ଅଗ୍ରଓ୍ଵାଲ ୨୦, ଅବଦୁଲ କ୍ୟୁରେସି ୨୦, ଜିତୁମଣି କାଲ୍ଟା ୨୨ରନ୍ କରିଥିଲେ। ଓଡ଼ିଶା ପାଇଁ କ୍ରୀଷ୍ଣା ପଲାଇ ୩, ଉମେଶ ଯାଦବ ୨, ସୁମନ ଦାସ, ସତ୍ୟକାମ ଭରଦ୍ୱାଜ, ରଘୁନାଥ ମଲ୍ଲ, କ୍ଷମାସାଗର ବଳ ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ୧୯୭ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ଖେଳାଳିମାନେ ମଧ୍ୟ ଜଣକ ପରେ ଜଣେ ପାଭିଲିଅନ୍ ଫେରିବାରେ ଲାଗିଥିଲେ। କୁନାଲ ମଲ୍ଲିକ ୨୩, ସ୍ୱସ୍ତିକ ସାମଲ ୨୦, ସୋମେନ ଚାନ୍ଦ ୧୭, ନିତିଶ ସାମନ୍ତରାୟ ୩୭ ରନ୍ କରିଥିଲେ ବି ଦଳକୁ ପରାଜୟରୁ ଏଡ଼ାଇ ପାରିନଥିଲେ। ଓଡ଼ିଶା ୩୮.୩ ଓଭରରେ ୧୨୫ ରନ୍ରେ ସୀମିତ ରହିଥିଲା। ଫଳରେ ଆସାମ ଏହି ମ୍ୟାଚକୁ ୭୧ ରନ୍ରେ ଜିତିଯାଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ପୂର୍ବାଞ୍ଚଳର ପଞ୍ଚମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ଓଡ଼ିଶା କେବଳ ଏ ଆଣ୍ଡ ଏ’ଠୁ ଜିତିଥିଲା ବେଳେ ଅନ୍ୟ ସବୁ ମ୍ୟାଚ୍ରେ ପରାସ୍ତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us