ବିନୁମଙ୍କଡ଼ ଟ୍ରଫି: ବର୍ଷା ଯୋଗୁଁ ଓଡ଼ିଶା-ରାଜସ୍ଥାନ ମ୍ୟାଚ୍‌ ବାତିଲ

Advertisment
ସାହାଣୀ କପ୍‌: କେନ୍ଦୁଝର, କଟକର ବଡ଼ ବିଜୟ

Vanguard News

ଭୁବନେଶ୍ବର : ବିନୁମଙ୍କଡ଼ ଟ୍ରଫିରେ ସୋମବାର ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିନାକୌଣସି ଫଳାଫଳରେ ଶେଷ ହୋଇଛି। ବର୍ଷା ବାଧାପ୍ରାପ୍ତ ‌ଏହି ମ୍ୟାଚ୍‌ରେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରି ୩୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୯ ରନ୍‌ ସଂଗ୍ରହ କରିଥିଲା। ପି.ଶଶାଙ୍କ ୪୭ ଓ ଏସ୍‌. ଇଝାରୁଦ୍ଦିନ୍‌ ୩୫ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲା ବେଳେ ପ୍ରତିପକ୍ଷର ସଲାଉଦିନ୍‌ ୩, ଏ. ମଲ୍ଲିକ ୨, ହିମାଂଶୁ ନେହେରା ୨ ୱିକେଟ୍‌ ନେଇଥିଲେ।

ବର୍ଷା ଯୋଗୁଁ ରାଜସ୍ଥାନ ସମ୍ମୁଖରେ ପରିବର୍ତ୍ତିତ ଲକ୍ଷ୍ୟ ୮୮ ରନ୍‌ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦଳ ୮.୪ ଓଭରରେ ୨ ୱିକେଟ୍‌ ହରାଇ ୬୫ ରନ୍‌ କରିଥିଲାବେଳେ ପୁଣି ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଆଉ ଖେଳ ହେବା ସମ୍ଭବ ନହେବାରୁ ମ୍ୟାଚ୍‌ର ଫଳାଫଳ ଘୋଷଣା କରାଯାଇନଥିଲା। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ୧୨ ତାରିଖରେ ତ୍ରିୁପରା ବିପକ୍ଷରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe