ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନଭନୀତ କୋଭିଡ୍ ପଜିଟିକ୍, ସ୍ବଦେଶ ଫେରିବେ

Advertisment
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନଭନୀତ  କୋଭିଡ୍ ପଜିଟିକ୍, ସ୍ବଦେଶ ଫେରିବେ

ଭାରତୀୟ ମହିଳା ହକି ଦଳର ମଧ୍ୟଭାଗ ଖେଳାଳି ନଭନୀତ କୌରଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ମାତ୍ର ଗୋଟିଏ ମ୍ୟାଚ୍ ପରେ ଶେଷ ହୋଇଯାଇଛି। ଘାନା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ୫-୦ରେ ବିଜୟୀ ହେବା ପରେ ସେ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ଖୁବଶୀଘ୍ର ନଭନୀତ ବର୍ମିଂହାମ ଛାଡ଼ି ଘରକୁ ଫେରି ଆସିବେ। କୌଣସି ଲକ୍ଷଣ ନଥିଲେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ଭାରତୀୟ ଦଳକୁ ବିସ୍ମିତ କରିଛି। ନଭନୀତ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଏବଂ ଇଞ୍ଚିଅନ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ନଭନୀତଙ୍କ ସ୍ଥାନ ସୋନିକା ନେଇଥିବା ଭାରତୀୟ ମହିଳା ହକି ଦଳ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe