ବିଶ୍ବଜିତ୍ ନୂଆ ଡାକଶ୍ରୀ

Advertisment
ବିଶ୍ବଜିତ୍ ନୂଆ ଡାକଶ୍ରୀ

ଭୁବନେଶ୍ବର: ଜନ୍ମେଜୟ ମହାନ୍ତିଙ୍କ ପରେ ଦ୍ବିତୀୟ ଓଡ଼ିଆ ଭାବେ ବିଶ୍ବଜିତ୍ ପ୍ରତିହାରୀ ସର୍ବଭାରତୀୟ ଡାକଶ୍ରୀ ମୁକୁଟ ବିଜେତା ହୋଇଛନ୍ତି।‌ ଗୌହାଟୀରେ ଶୁକ୍ରବାର ଶେଷ ହୋଇଥିବା ୩୪ତମ ଡାକ ପ୍ରତିଯୋଗିତାରେ ବିଶ୍ବଜିତ୍‌ ବେଷ୍ଟ୍ ଫିଜିକ୍‌ର ୮୦ କିଲୋଗ୍ରାମ ବର୍ଗରେ ପ୍ରଥମ ସ୍ଥାନ ଦଖଲ କରି ଏହି ଗୌରବ ଅର୍ଜନ କରିଛନ୍ତି। ୬୦ କିଲୋଗ୍ରାମରେ ଭଦି ଶ୍ରୀକାନ୍ତ, ୬୫ କିଲୋଗ୍ରାମରେ ଅଭିଷେକ ମହାନ୍ତି ମଧ୍ୟ ପ୍ରଥମ ସ୍ଥାନ ଦଖଲ କରିଥିଲେ। ୯୦ କିଲୋଗ୍ରାମରେ ସ୍ବୟଂ ସିଦ୍ଧାନ୍ତ ହରିଚନ୍ଦନ ଦ୍ବିତୀୟ ହୋଇଥିଲେ। ଭାରୋତ୍ତୋଳନରେ ପ୍ରଦୀପ ସାହି ଏବଂ ମଳୟ ରଂଜନ ପତି ଯଥାକ୍ରମେ ୫୫ ଓ ୯୬ କିଲୋଗ୍ରାମରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଶକ୍ତିଉତ୍ତୋଳନର ୫୭ କିଲୋଗ୍ରାମରେ ବସନ୍ତ ମେଳକା ଦ୍ବିତୀୟ ହୋଇଥିଲେ। ଅଜୟ କୁମାର ମହାପାତ୍ର ଏବଂ ଅମିୟ କୁମାର ମହାନ୍ତି ଯଥାକ୍ରମେ ପ୍ରଶିକ୍ଷକ ଓ ପ୍ରବଂଧକ ଭାବେ ଦଳ ସହ ଗୌହାଟୀ ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe