ବିଜେଇଏମ ଫୁଟ୍‌ବଲ୍‌: ଓ୍ଵାଟର ହାଉସ୍‌ ବିଜେତା

Advertisment
ବିଜେଇଏମ ଫୁଟ୍‌ବଲ୍‌: ଓ୍ଵାଟର ହାଉସ୍‌ ବିଜେତା

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ସତ୍ୟଭାମାପୁରରେ ଥିବା ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ ଫୁଟ୍‌ବଲ୍‌ର ବିକାଶ ପାଇଁ ଇନଟ୍ରା ମୁରାଲ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜନ କରିଥିଲା। ବିଦ୍ୟାଳୟର ୫ ହାଉସ୍‌କୁ ନେଇ ଅଧ୍ୟକ୍ଷା କ୍ଷଣିକା ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓ୍ଵାଟର ହାଉସ୍‌ ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ରେ ଏହି ଦଳ ଟାଇବ୍ରେକର୍‌ରେ ସ୍ପେସ୍‌ ହାଉସ୍‌କୁ ପରାସ୍ତ କରିଥିଲା। ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା, ବିକେ ଶିକ୍ଷା ପରିଷଦର ସଦସ୍ୟ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଯୋଗିତାର ସଫଳତା ପାଇଁ ଯୋଗଦାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe