Advertisment

Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର

Advertisment

ଭେଟେରାନ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଭିସିଏଓ) ପକ୍ଷରୁ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଦ୍ବାବିଂଶତମ ଭୁବନେଶ୍ବର ଅନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ରବିବାର ଖେଳାଯିବ।

ଭେଟେରାନ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଭିସିଏଓ) ପକ୍ଷରୁ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଦ୍ବାବିଂଶତମ ଭୁବନେଶ୍ବର ଅନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ରବିବାର ଖେଳାଯିବ।

Cricket-representative-image

cricket Photograph: (photo: social media)

ଭୁବନେଶ୍ବର: ଭେଟେରାନ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଭିସିଏଓ) ପକ୍ଷରୁ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଦ୍ବାବିଂଶତମ ଭୁବନେଶ୍ବର ଅନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ରବିବାର ଖେଳାଯିବ। ଫାଇନାଲ୍‌ରେ ପରସ୍ପରକୁ ଭେଟିବେ ବିଜେଇଏମ୍‌ ଏବଂ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌।

ସେମିଫାଇନାଲ୍‌ରେ ବିଜେଇଏମ୍‌ ୫୬ ରନ୍‌ରେ ଷ୍ଟୁଆର୍ଟ ସ୍କୁଲ୍‌କୁ ଏବଂ ଡିଏଭି ୨୧ ରନ୍‌ରେ ସାଇ ଇଣ୍ଟର୍‌ନ୍ୟାସନାଲ୍‌କୁ ପରାସ୍ତ କରିଥିଲା। ପ୍ରାନ୍ତିକ ନାୟକ (୯୦) ଏବଂ ଆଭାନ ମିଶ୍ର (୩୦ ଓ ୨/୧୭) ଏହି ଦୁଇ ସେମିଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ହାଇକେଟ୍‌ ଗ୍ରୁପ୍‌ ସିଇଓ ସୁରେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ଡକ୍ଟର ରାକେଶ ପାଣିଗ୍ରାହୀ, ୟୁନିଲାଇଟ୍‌ର ବରିଷ୍ଠ ଉପ ସଭାପତି ଦେବବ୍ରତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ଭିସିଏଓ ସମ୍ପାଦକ ବିଶ୍ବରଂଜନ ନାୟକ ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe