ସ୍ବିସ୍‌ ଅଦାଲତରୁ ବ୍ଲାଟର ଓ ପ୍ଲାଟିନିଙ୍କୁ କ୍ଲିନ୍‌ ଚିଟ୍‌

ସ୍ବିସ୍‌ ଅଦାଲତରୁ ବ୍ଲାଟର ଓ ପ୍ଲାଟିନିଙ୍କୁ କ୍ଲିନ୍‌ ଚିଟ୍‌

The Wall Street Journal

ଜୁରିକ୍‌ : ପୂର୍ବତନ ଫିଫା ସଭାପତି ସେପ୍‌ ବ୍ଲାଟର ଏବଂ ଫ୍ରାନ୍‌ସ ଫୁଟ୍‌ବଲ କିଂବଦନ୍ତି ମାଇକେଲ ପ୍ଲାଟିନିଙ୍କୁ ଦୁର୍ନୀତି ଅଭିଯୋଗରୁ ଏକ ସ୍ବିସ୍‌ ଅଦାଲତ ମୁକ୍ତ କରିଛନ୍ତି। ଫିଫାକୁ ୧୭ ବର୍ଷ ଧରି ପରିଚାଳନା କରିଆସିଥିବା ବ୍ଲାଟରଙ୍କୁ ବେଲିନ୍‌ଜୋନାର ଦକ୍ଷିଣାଞ୍ଚଳ ସହରସ୍ଥିତ ଫେଡେରାଲ କ୍ରିମିନାଲ କୋର୍ଟ ଦୋଷମୁକ୍ତ କରିଥିଲା ବେଳେ ଫ୍ରାନ୍‌ସ ଜାତୀୟ ଦଳର ପୂର୍ବତନ ଅଧିନାୟକ ଏବଂ ପ୍ରବନ୍ଧମକ ପ୍ଲାଟିନି ମଧ୍ୟ ଦୁର୍ନୀତି ଅଭିଯୋଗରୁ ମୁକ୍ତ ହୋଇଛନ୍ତି। ଉଭୟଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ଅଭିଯୋଗ ଉଠିଥିଲା। ଏଥିପାଇଁ ୨୦୧୫ରେ ଉଭୟେ ୮ ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ। ତେବେ ପରେ ନିଲମ୍ବନ ଅବଧିକୁ ହ୍ରାସ କରାଯାଇଥିଲା। କିନ୍ତୁ ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ପ୍ଲାଟିନି ୟୁଇଏଫ୍‌ଏ ସଭାପତି ପଦ ହରାଇଥିଲା ବେଳେ ବ୍ଲାଟର ମଧ୍ୟ ଘୋର ଅଡୁଆରେ ପଡ଼ିଥିଲେ। ଏହି ଦୁଇ ଜଣ ଏକଦା ବିଶ୍ବ ଫୁଟ୍‌ବଲ୍‌ରେ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ଉଭୟେ ମଧ୍ୟ ସେମାନଙ୍କ ବିରୋଧରେ ଅଭିଯୋଗକୁ ଅସ୍ବୀକାର କରିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe