ଦ୍ବିତୀୟ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଦିନିକିଆ, ଶ୍ରୀଲଙ୍କାକୁ ୧୧୩ ରନ୍‌ରେ ହରାଇଲା ଭାରତ

Advertisment
ଦ୍ବିତୀୟ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଦିନିକିଆ, ଶ୍ରୀଲଙ୍କାକୁ ୧୧୩ ରନ୍‌ରେ ହରାଇଲା ଭାରତ

କଟକ-ଜଗତପୁର: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦୃଷ୍ଟିହୀନ ଦିନିକିଆ କ୍ରିକେଟ୍‌ ଶୃଙ୍ଖଳାକୁ ଭାରତ ଶେଷ ମ୍ୟାଚ୍‌ ପୂର୍ବରୁ ଆଗୁଆ ଜିତି ନେଇଛି। ଗୁରୁବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ୧୧୩ ରନ୍‌ର ବଡ଼ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ର ଅଗ୍ରଣୀ ନେବା ସହ ଶୃଙ୍ଖଳା କବ୍‌ଜା କରିନେଇଛି। ତୃତୀୟ ତଥା ଶେଷ ଦିନିକିଆ ଆସନ୍ତା ୨୭ ତାରିଖରେ କୋଲ୍‌କାତାରେ ଖେଳାଯିବ।

ଜଗତପୁର ନିମପୁର ଷ୍ଟାଡିୟମ୍‌ରେ ଗୁରୁବାର ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମରେ କିଛି ୱିକେଟ୍‌ ହରାଇଥିଲା। ଏହାସତ୍ତ୍ବେ ଅଧିନାୟକ ଅଜୟ ରେଡ୍ଡୀ (୧୫୫*) ଓ ଅନିଲ ଘାରିୟା (୧୧୨*)ଙ୍କ ଦମ୍‌ଦାର ଶତକ ସହାୟତାରେ ଭାରତ ନିର୍ଧାରିତ ୪୦ ଓଭରରେ ୬ ୱିକେଟ୍‌ ହରାଇ କରିଥିଲା ୪୬୪ ରନ୍‌। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଖେଳାଳି ଲିଙ୍ଗରାଜ ରାଉତରାୟ (୬୪) ଏବ˚ ସୁନିଲ ରମେଶ (୫୩) ଅର୍ଧଶତକ ଜମାଇଥିଲେ। ସଫଳ ସିଂହଳୀ ବୋଲର ଭାବେ ସମ୍ପତ୍‌ ୬୭ ରନ୍‌ରେ ୩ ୱିକେଟ୍‌ ଦଖଲ କରିଥିଲେ। ଏତେବଡ଼ ସ୍କୋର୍‌ର ପିଛା କରିବା ଶ୍ରୀଲଙ୍କା ପାଇଁ କଷ୍ଟକର ମନେ ହୋଇଥିଲେ ମଧ୍ୟ ଭ୍ରମଣକାରୀ ଦଳ ଚମତ୍କାର ଖେଳିଥିଲା। ଦେଶପ୍ରିୟ (୧୦୧)ଙ୍କ ଶତକ ଏବଂ କେ କୁମା‌ରା (୬୨)ଙ୍କ ଅର୍ଧଶତକ ବଳରେ ଏହି ଦଳ ୮ ୱିକେଟ୍‌ ବିନିମୟରେ ୩୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାତର ପକ୍ଷରୁ ସଫଳ ବୋଲର ଭାବେ ଦୀପକ୍‌ ୪୬ ରନ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ବିଜୟୀ ଦଳର ଅଧିନାୟକ ଅଜୟ ରେଡ୍ଡୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସକାଳେ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥଲେ। ପୁରସ୍କାର ବିତରଣ ଉତ୍ସବରେ କଟକ ସଦର ବିଧାୟକ ପ୍ରଭାତ ର˚ଜନ ବିଶ୍ବାଳ ଯୋଗଦେଇ ଅଧିନାୟକ ଅଜୟ ରେଡିଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧୢରେ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିସନର ଡକ୍ଟର ମିନତୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ତାୟତରାୟ, କର୍ପୋରେଟର ଦୟାନିଧି ନାୟକ, ନିମପୁର କ୍ରିକେଟ୍‌ କ୍ଲବ୍‌ ସଭାପତି ବିଭୂତି ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe