ଭୁବନେଶ୍ବର: ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ଆନୁକୂଲ୍ୟରେ କଳିଙ୍ଗ ବିହାରସ୍ଥିତ ଅଧିକାର ଫାଉଣ୍ଡେସନ ସମ୍ମିଳନୀ ଗୃହରେ ସ୍ବତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଦୁଇ ଦିନିଆ ଦୃଷ୍ଟିହୀନ କ୍ରିକେଟ୍ ତାଲିମଦାତା ପ୍ରଶିକ୍ଷଣ ଶିବିର ରବିବାର ଉଦ୍ଯାପିତ ହୋଇଯାଇଛି। ଏହାର ଉଦ୍ଘାଟନୀ ଉତ୍ସବରେ ଓଡିଶା ଦୃଷ୍ଟିହୀନ ସଂଘର ସଭାପତି ସନ୍ୟାସୀ କୁମାର ବେହେରା ମୁଖ୍ୟ ଅତିଥି, କ୍ୟାବି ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତି ଶିକା ଶିଠି, ଅଧିକାର ଫାଉଣ୍ଡେସନର ଅଧ୍ୟକ୍ଷ ନୁରୁଦିନ୍ ଆମିନ୍, ପୂର୍ବତନ ରଣଜୀ ଖେଳାଳି ଜିତୁ ଶତପଥୀ ଏବଂ ସ୍ପେସାଲ, ଅଲମ୍ପିକ ଭାରତ, ଓଡିଶାର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ କୁମାର ରଥ, ଆନ୍ତର୍ଜାତିୟ ଚେସ୍ ତାରକା ପ୍ରାଚୁର୍ଯ୍ୟ ପ୍ରଧାନ ଏବଂ ଆନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍ କାଳିଆ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ସଭାକୁ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘର ସଭାପତି ମହମ୍ମଦ ଜାଫର ଇକବାଲ ପରିଚାଳନା କରିଥିଲେ। ଏଥିରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ବିଦ୍ୟାଳୟର ୪୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କାଭି ଓଡ଼ିଶାର କର୍ମଚାରୀ ଚିନ୍ମୟ କୁମାର ସାହୁ, ଅଙ୍କିତା ପାଣି, ଶିଲ୍ପା ଷଡଙ୍ଗୀ ସହଯୋଗ କରିଥିଲେ। ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ଦୃଷ୍ଟିହୀନ କ୍ରିକେଟ୍ର ପ୍ରଚାର ଓ ପ୍ରସାର ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us