ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ ପାକିସ୍ତାନକୁ ହରାଇଲା ଭାରତ

Advertisment
ସେମିରେ ଭାରତ

ନୂଆଦିଲ୍ଲୀ: ଚଳିତ ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତ ଲଗାତାର ଦ୍ୱିତୀୟ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟ୍‌ରେ ହରାଇଥିବା ଭାରତ ଶୁକ୍ରବାର ଗତଥରର ବିଜେତା ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ହରାଇ ଦେଇଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୪୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୮୨ ରନ୍‌ କରିଥିଲା। ଜବାବରେ ଭାରତ ୩୪.୫ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଦୀପକ ମଲ୍ଲିକ ୭୯ (୭୧ ବଲ୍‌), ଭେଙ୍କଟେସ୍‌ ୬୪ (୫୫ ବଲ୍‌) ଏବଂ ଅଜୟ ରେଡ୍ଡୀ ୪୭ ରନ୍‌ (୩୪ ବଲ୍‌) କରିଥିଲେ। ଭାରତ ଶନିବାର ବାଂଲାଦେଶ ଏବଂ ରବିବାର ନେପାଳ ବିପକ୍ଷରେ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ। ସେମିଫାଇନାଲ୍‌ ମ୍ୟାଚ୍‌ ୧୭ରେ ଏବଂ ଫାଇନାଲ୍‌ ମ୍ୟାଚ୍‌ ୨୧ ତାରିଖରେ ଗଦାଫି ଷ୍ଟାଡିୟମରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe