ଦୁବାଇ: ୟୁଏଇର ଦୁବାଇରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମୁକାବିଲାରେ ପଏଣ୍ଟ ବାଣ୍ଟିଥିବା ଭାରତୀୟ ଦଳ ମଙ୍ଗଳବାର ଖେଳିଥିବା ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଛି। ଭାରତୀୟ ଦଳ ଆଜି ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କା ନିର୍ଧାରିତ ୪୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୫୯ ରନ୍ କରିଥିଲା। ଏହାର ଜବାବରେ ଭାରତ ୩୨ ଓଭରରେ ୪ ଓ୍ଵିକେଟ୍ ହରାଇ ୩୬୦ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦୀପକ ମଲ୍ଲିକ ସର୍ବାଧିକ ୧୭୯* ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଜୟରମାୟା ୭୬ ରନ୍ କରିଥିଲେ। ଭାରତ ତା’ର ପରବର୍ତୀ ମୁକାବିଲା ଶୁକ୍ରବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ଜଣ ଖେଳାଳି ମହମ୍ମଦ ଜାଫର ଇକବାଲ ଏବଂ ପଙ୍କଜ ଭୂଏ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us