ଦୃଷ୍ଟିହୀନ କ୍ରିକେଟ୍‌: ଇଂଲଣ୍ଡକୁ ହରାଇଲା ଭାରତ: ପଦାର୍ପଣରେ ଚମକେଇଲେ ନକୁଳ

Advertisment
ଦୃଷ୍ଟିହୀନ କ୍ରିକେଟ୍‌: ଇଂଲଣ୍ଡକୁ ହରାଇଲା ଭାରତ: ପଦାର୍ପଣରେ ଚମକେଇଲେ ନକୁଳ

ଭୁବନେଶ୍ବର: ବେଙ୍ଗାଲୁରୁରେ ଆ‌ୟୋଜିତ ତିନିଟିକିଆ ଟ୍ବେଣ୍ଟି-୨୦ ଦୃଷ୍ଟିହୀନ ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଓଡ଼ିଆ ତାରକା ନକୁଳ ବଡ଼ନାୟକ ନିଜର ପ୍ରଥମ ଓଭର ପ୍ରଥମ ବଲ୍‌ରେ ମ୍ୟାଟ୍‌ ଡିନ୍‌ଙ୍କୁ ଅାଉଟ୍‌ କରି ଇଂଲଣ୍ଡକୁ ବଡ଼ ଝଟ୍‌କା ଦେଇଥିଲା। ହେଲେ ଇଂଲଣ୍ଡ ନିର୍ଧାରିତ ଓଭରରେ ୬ ୱିକେଟ୍‌ ବିନିମୟରେ ୧୫୦ ରନ୍‌ କରି ନେଇଥିଲା। ଜବାବରେ ଭାରତ ସୁନିଲ (୧୦୮)ଙ୍କ ବିସ୍ଫୋରକ ଶତକ ସାଙ୍ଗକୁ ନକୁଳଙ୍କ ଉପଯୋଗୀ ୨୭ ରନ୍‌ ବଳରେ ଭାରତ ୧୨.୩ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଅଗୁଆ ହୋଇଯାଇଛି। ପରବର୍ତୀ ମ୍ୟାଚ୍‌ ବୁଧବାର ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe