ଦୃଷ୍ଟିହୀନ ବିଶ୍ୱକପ୍‌: ବାଂଲାଦେଶକୁ ୧୦ ଓ୍ଵିକେଟ୍‌ରେ ହରାଇଲା ଭାରତ

ଦୃଷ୍ଟିହୀନ ବିଶ୍ୱକପ୍‌: ବାଂଲାଦେଶକୁ ୧୦ ଓ୍ଵିକେଟ୍‌ରେ ହରାଇଲା ଭାରତ

ଭୁବନେଶ୍ୱର: ୟୁଏଇରେ ଚାଲିଥିବା ପଞ୍ଚମ ଦିନିକିଆ ଦୃଷ୍ଟିହୀନ ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଶୁଭ ଶୁକ୍ରବାରରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିବା ଭାରତୀୟ ଦଳ ଶନିବାର ବାଂଲାଦେଶକୁ ଏକତରଫା ଭାବେ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଅଧିନାୟକ ଅଜୟ କୁମାର ରେଡ୍ଡୀ ଏବଂ ସୁନୀଲ ରମେଶ ପ୍ରଥମ ଓ୍ଵିକେଟ୍‌ରେ ଅବିଭାଜିତ ୨୨୭ ରନ୍‌ ସଂଗ୍ରହ କରି ଭାରତକୁ ସହଜ ବିଜୟ ଉପହାର ଦେଇଥିଲେ। ଏହି ବିଜୟ ସହ ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତି ଆହୁରି ଦୃଢ କରି ନେଇଥିଲା। ଆଜି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୪୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୨୬ ରନ୍‌ କରିଥିଲା। ୨୨୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତ ପାଇଁ ଅଜୟ ଅଜୟ ୧୦୧* ଏବଂ ୧୦୫ ରନ୍‌ କରି ମାତ୍ର ୧୮.୪ ଓଭରରେ ବିଜୟ ସୁନିଶ୍ଚିତ କରି ଦେଇଥିଲେ। ଅଜୟ ମଧ୍ୟ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ରବିବାର ପଡ଼ୋଶୀ ନେପାଳକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe