ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରି ମାସ ୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଖେଳାଯିବାକୁ ଥିବା ଦୃଷ୍ଟିହୀନ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଲାଗି ମହାରାଷ୍ଟ୍ରର ପୁନେଠାରେ ଆୟୋଜିତ ହେବାକୁ ଥିବା ଭାରତୀୟ ସମ୍ଭାବ୍ୟ ଦଳର ପ୍ରଶିକ୍ଷଣ ଶିବିରରେ ଯୋଗଦେବା ଲାଗି ଓଡ଼ିଶାର ୫ ଜଣ ଖେଳାଳି ଶନିବାର ସେଠାକୁ ଯାତ୍ରା କରିଛନ୍ତି। ସେମାନେ ହେଲେ ମହମ୍ମଦ ଜାଫର ଇକବାଲ, ପଙ୍କଜ ଭୂଏ, ସୁଖରାମ ମାଝୀ, ନକୁଳ ବଡ଼ନାୟକ ଏବଂ ଲିଙ୍ଗରାଜ ରାଉତରା। ୪୪ ଜଣ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଚଳିତ ମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ। ଏହି ଖେଳାଳିମାନଙ୍କୁ ରାଜ୍ୟ ଦୃଷ୍ଟିହୀନ ଦଳର ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଦୃଷ୍ଟିହୀନ ବିଶ୍ୱକପ୍ ଚୟନ ଶିବିର ଲାଗି ୫ ଓଡ଼ିଆଙ୍କ ପୁନେ ଯାତ୍ରା
Advertisment
Follow Us