ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ଶୁଭମନ ଗିଲ୍ଙ୍କ ବ୍ୟାଟିଂ ଏବେ ଚର୍ଚାରେ କେନ୍ଦ୍ରକୁ ଆସିଛି। ତାଙ୍କ ସଫଳତା ପଛରେ ବି ରହିଛି ଏକ ନିଆରା କାହାଣୀ। ଥରେ ୧୬ ବର୍ଷରୁ କମ୍ ବୟସ ବର୍ଗରେ ଗିଲ୍ ଖରାପ ଫର୍ମରେ ଥିବାବେଳେ ପକେଟରେ ଧଳା ରୁମାଲ ନେଇ ଖେଳିବା ପରେ ଶତକ ହାସଲ କରିଥିଲେ। ରନିଂ ଏବଂ ଡାଇଭିଂ କାରଣରୁ ଏହି ରୁମାଲ ଧୂଳିଧୂସରିତ ହୋଇଯାଇଥିଲା। ପରବର୍ତୀ ମ୍ୟାଚ୍ରେ ସେ ଏକ ଲାଲ ରଙ୍ଗର ରୁମାଲ୍ ନେଇ ମଧ୍ୟ ଶତକ ହାସଲ କରିଥିଲେ। ସେବେଠାରୁ ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଜଣେ ନିସ୍ୱାର୍ଥପର କ୍ରିକେଟର ଭାବେ ଉଭା ହେଉଥିବା ଏହି ପ୍ରତିଭାଙ୍କ ପ୍ରଦର୍ଶନ ପାଇଁ ତାଙ୍କ ପିତା ମଧ୍ୟ ଭାରି ଖୁସୀ। ମାତ୍ର ୩ ବର୍ଷ ବୟସରୁ ଶୁଭମନ କ୍ରିକେଟ୍ ପାଇଁ ଉତ୍ସର୍ଗୀକୃତ ରହି ଆସିଛି ବୋଲି କହିଛନ୍ତି ତାଙ୍କ ପିତା ଲକ୍ଷବିନ୍ଦର। ପଞ୍ଜାବର ଫଜିକା ଗାଁରୁ ଆସିଥିବା ଏହି ଯୁବ ଖେଳାଳିଙ୍କୁ ମଧ୍ୟ ଏଥର କୋଲ୍କାତା ନାଇଟ୍ ରାଇଡର୍ସ ୧.୮ କୋଟିରେ କିଣିଛି।
ଗିଲ୍ଙ୍କ ନିଃସ୍ୱାର୍ଥ ଓ ଅନ୍ଧବିଶ୍ୱାସ
Advertisment
Follow Us