ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଗଣେଶପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ବିଏମ୍ସି ଧାର୍ଯ୍ୟ କରିଥିବା ଜମି ଭଡ଼ା ଆୟୋଜକଙ୍କୁ ବାଧୁଛି। ଆଜି ବିଭିନ୍ନ ପୂଜା କମିଟି ଅସନ୍ତୋଷ ପ୍ରକାଶ କରିବା ସହ ୱାର୍କସ୍ ଡିପାର୍ଟମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନାଙ୍କ ଜରିଆରେ କମିସନରଙ୍କୁ ଦାବି ପତ୍ର ଦେବା ପରେ ଏହି ଜମି ଭଡ଼ା ବିଏମ୍ସି ପକ୍ଷରୁ ଛାଡ଼ କରାଯାଇଛି। ଏହା ବାଦ୍ ମହାସଂଘର ଆଉ ୩ଟି ଦାବି ହେଉଛି, ସବୁ ପୂଜା କମିଟିକୁ ସିଙ୍ଗଲ ୱିଣ୍ଡୋ ପରମିସନ୍, ବିସର୍ଜନ ଓ ଭସାଣୀ ତାରିଖ ସ୍ଥିର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସମୟ ବଢ଼ାଇବା ରହିଛି। ଏହା ଉପରେ ବିଚାର କରି ବିଏମସି ନିଷ୍ପତ୍ତି ନେବ ବୋଲି କହିଛି। ଉଲ୍ଲେଖଯୋଗ୍ୟ, ବର୍ଗଫୁଟ୍ ହିସାବରେ ୧.୬ ଟଙ୍କା ହିସାବରେ ବିଏମ୍ସି ଜମିର ଭଡ଼ା ସ୍ଥିର କରିଥିଲା।
ଗଣେଶ ପୂଜା ପାଇଁ ଜମି ଭଡ଼ା ନେବନି ବିଏମ୍ସି
Advertisment
Follow Us