ବିଏମ୍‌ଏସ୍‌ସିର ଜର୍ସି ଉନ୍ମୋଚିତ

ବିଏମ୍‌ଏସ୍‌ସିର ଜର୍ସି ଉନ୍ମୋଚିତ

ଭୁବନେଶ୍ବର : ଭୁବନେଶ୍ବର ମିଡିଆ ସ୍ପୋର୍ଟସ କ୍ଲବ୍‌ (ବିଏମ୍‌ଏସ୍‌ସି)ର ଜର୍ସି ଉନ୍ମୋଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ନବଗଠିତ ଏହି କ୍ରୀଡ଼ା କ୍ଲବ୍ ଖେଳର ବିକାଶ ଦିଗରେ କାର୍ଯ୍ୟ କରିବା ସହ ବିଭିନ୍ନ କ୍ରୀଡ଼ା‌ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବ। କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ଏହି କ୍ଲବ୍‌ର ଜର୍ସି ଭାରତୀୟ କ୍ରିକେଟ୍ ଦଳର ଜର୍ସିରୁ ପ୍ରେରଣା ନେଇ ନୀଳ ରଙ୍ଗର ରଖାଯାଇଛି। ରବିବାର କ୍ଲବ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭବିଷ୍ୟତ ଯୋଜନା, ଅଭ୍ୟାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ସଦସ୍ୟମାନେ ଚର୍ଚା କରିଥିଲେ। ସେହିଭଳି କ୍ଲବର ଫେସବୁକ୍ ଓ ଟ୍ବିଟର ପୃଷ୍ଠା ସହ ଇନଷ୍ଟାଗ୍ରାମ ପୃଷ୍ଠା ଉନ୍ମୋଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଖୁବଶୀଘ୍ର କ୍ଲବ୍‌ ରାଜ୍ୟରେ ଆୟୋଜିତ ହେଉଥିବା ବିଭିନ୍ନ ସୌଖିନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ନିଜ ତରଫରୁ ମଧ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ପାଇଁ ପଦକ୍ଷେପ ନେବ। କ୍ଲବ୍‌ର ଅନ୍ୟ ଏକ ଲକ୍ଷ୍ୟ ହେଉଛି ସାଧାରଣ ଜନତାଙ୍କୁ ଫିଟନେସର ବାର୍ତ୍ତା ଦେବା। ସେହିଭଳି ସାମାଜିକ ଗଣମାଧ୍ୟମର ବିନିଯୋଗ କରି ସୁସ୍ଥ ଓ ନିରୋଗ ରହିବାର ମନ୍ତ୍ର ବାଣ୍ଟିବ। ରବିବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମର ୧୫ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। କ୍ଲବ୍‌ର ପରବର୍ତ୍ତୀ ବୈଠକ ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ଏବଂ ଏଥିରେ କିଛି ବରିଷ୍ଠ ତଥା ଅଭିଜ୍ଞ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଇ କ୍ରୀଡ଼ା ବିକାଶ ନେଇ ଆଲୋଚନା ଚକ୍ର ଆୟୋଜନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe