ବିଏନ୍‌ଆର୍‌ ଇନ୍‌ଡୋର୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଉଦ୍‌ଘାଟିତ

Advertisment
ବିଏନ୍‌ଆର୍‌ ଇନ୍‌ଡୋର୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଉଦ୍‌ଘାଟିତ

କୋଲକାତା: ଦକ୍ଷିଣ ପୂର୍ବ ରେଳପଥ ମୁଖ୍ୟ କାର୍ଯ୍ୟାଳୟର ଗାର୍ଡେନ୍ ରିଚ୍ ପରିସରରେ ବିଏନ୍‌ଆର୍‌ ଇନ୍‌ଡୋର୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଦକ୍ଷିଣ ପୂର୍ବ ରେଳପଥର ଜିଏମ୍ ଅର୍ଚ୍ଚନା ଯୋଶୀ, ପ୍ରମୁଖ ଆର୍ଥିକ ଉପଦେଷ୍ଟା ପ୍ରଶାନ୍ତ ମିଶ୍ର, ବେଙ୍ଗଲ କ୍ରିକେଟ୍‌ ସଂଘର ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି ଓ ଯୁଗ୍ମ ସମ୍ପାଦକ ଦେବବ୍ରତ ଦାସ ଉପସ୍ଥିତ ଥିଲେ। ବିଏନ୍‌ଆର୍‌ ‌ଇନ୍‌ଡୋର୍‌ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଜିମ୍ନା‌ଷ୍ଟିକ୍ସ, ବ୍ୟାଡ୍‌ମିଣ୍ଟନ, ଟେବୁଲ୍‌ ଟେନିସ୍ ଆଦି ଖେଳିବା ଲାଗି ବ୍ୟବସ୍ଥା ରହିଛି। ଏହି ଅବସରରେ କିଛି ପ୍ରତିଭାବାନ ଖେଳାଳିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe