ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ବୋଦିଙ୍କୁ ୫ ବର୍ଷ ଜେଲ୍‌

Advertisment
ଭଡ଼ାଟିଆକୁ ହତ୍ୟା ଉଦ୍ୟମ ମାମଲା : ଦୋଷୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

Times Now

ଜୋହାନେସବର୍ଗ: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଗୁଲାମ‌ ବୋଦିଙ୍କୁ ଘରୋଇ କ୍ରିକେଟ୍‌ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ୫ ବର୍ଷ ଜେଲ୍ ଦଣ୍ଡ ମିଳିଛି।ର ହାନ୍‌ସୀ କ୍ରୋନିଏ ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲ ପରେ ୨୦୦୪ ମସିହାରେ ଦକ୍ଷିଣ ଆଫ୍ରିକାରେ ଆସିଥିବା ଦୁର୍ନୀତି ବିରୋଧୀ ଆଇନ ଦ୍ବାରା ବୋଦି ପ୍ରଥମ କ୍ରୀଡ଼ାବିତ୍ ଭାବେ ଜେଲ୍ ଦଣ୍ଡ ଭୋଗିଛନ୍ତି। ୪୦ ବର୍ଷୀୟ ବୋଦି ୨୦୧୫ ମସିହାରେ ଘରୋ‌ଇ କ୍ରିକେଟର୍‌ରେ ମ୍ୟାଚ୍ ଫିକ୍ସିଂ କରିବାକୁ ନିଜର ପୂର୍ବତନ ଜାତୀୟ ଦଳ ସାଥିଙ୍କୁ ସମ୍ପୃକ୍ତ କରିଥିଲେ। ଏହା ଜୀବନର ସବୁଠାରୁ ବଡ଼ ଭୁଲ ବୋଲି ୧୮ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିବା ବୋଦି ସ୍ବୀକାର କରିଛନ୍ତି। ୧୦୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ବୋଦି ଦକ୍ଷିଣ ଆଫ୍ରିକା ପାଇଁ ୨ ଦିନିକିଆ ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଏହି ଭାରତ ଜନ୍ମିତ ଖେଳାଳି ଦକ୍ଷିଣ ଆଫ୍ରିକା ପାଇଁ ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ମଧ୍ୟ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe