ଭୁବନେଶ୍ୱର: ମୁମ୍ବାଇର ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ଭାରତର ସର୍ବବୃହତ୍ ବଡି ପାଓ୍ଵାର ଫିଟନେସ୍ ଏକ୍ସପୋ ଏବଂ ସାମରିକ କଳା ପ୍ରତିଯୋଗିତାରେ ଓଡ଼ିଶାକୁ ଅପୂର୍ବ ସଫଳତା ମିଳିଛି। ସାମରିକ କଳା ଏବଂ ସବ୍ମିସନ୍ ଗ୍ରାପ୍ଲିଂରେ ଏହି ସଫଳତା ମିଳିଛି। ମିଶ୍ରିତ ସାମରିକ କଳା ସଂଘ ପକ୍ଷରୁ ଭାଗ ନେଇଥିବା ଶ୍ରୀକାନ୍ତ ଶେଖର ସବ୍ମିସନ୍ ଗ୍ରାପଲିଂରେ ୮୦ କିଲୋଗ୍ରାମ୍ରୁ କମ୍ ବର୍ଗରେ ବିଜୟୀ ହୋଇଥିଲେ। ସେହିଭଳି ୫୭ କିଲୋଗ୍ରାମରୁ କମ୍ ଓଜନ୍ ବର୍ଗରେ ସତ୍ୟବ୍ରତ ବେହୁରିଆ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସତ୍ୟବ୍ରତ ୬୦ କିଲୋଗ୍ରାମରୁ କମ୍ ଓଜନ୍ ବର୍ଗରେ ବିଜେତା ହେବା ସହିତ ଶ୍ରେଷ୍ଠ ଯୋଦ୍ଧା ବିବେଚିତ ହୋଇଥିଲେ। ଉଭୟଙ୍କୁ ଓଡ଼ିଶା ମିଶ୍ରିତ ସାମରିକ କଳା ସଂଘ ପକ୍ଷରୁ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଓ ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।
ବଡି ପାଓ୍ଵାର ସାମରିକ କଳା କ୍ରୀଡ଼ା:ସତ୍ୟବ୍ରତ ଶ୍ରେଷ୍ଠ ଯୋଦ୍ଧା
Advertisment
Follow Us