ଆର୍‌ସିବି ଜର୍ସିରେ ବୋଲ୍ଟ, ଭାରତ ଆସିବାକୁ ନିମନ୍ତ୍ରଣ

ଆର୍‌ସିବି ଜର୍ସିରେ ବୋଲ୍ଟ, ଭାରତ ଆସିବାକୁ ନିମନ୍ତ୍ରଣ

Lokmat.com

ମୁମ୍ବାଇ: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି) ପ୍ରତି କିଂବଦନ୍ତି ଧାବକ ଉସେନ୍‌ ବୋଲ୍ଟଙ୍କ ଭଲ ପାଇବା କାହାକୁ ଅଛପା ନାହିଁ। ଆଇପିଏଲ୍‌ ଆରମ୍ଭର ଦିନକ ପୂର୍ବରୁ ଏହି ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଆର୍‌ସିବି ଜର୍ସି ପରିଧାନ କରି ବିରାଟ କୋହଲିଙ୍କ ଦଳକୁ ଶୁଭେଚ୍ଛା ଜଣାଇବାକୁ ପଛାଇନାହାନ୍ତି। ବୋଲ୍ଟଙ୍କ ଏହି ଭାବଭଙ୍ଗୀ ମଧ୍ୟ ଲୁକ୍କାୟିତ ରହିପାରିନାହିଁ। ଆର୍‌ସିବି ଅଧିନାୟକ ବିରାଟ କୋହଲି ଏବଂ ଦଳର ସବୁଠୁ ସଫଳ ବିଦେଶୀ ଖେଳାଳି ଏବି ଡି’ଭିଲିୟର୍ସଙ୍କ ସହ ଫ୍ରାଞ୍ଚାଇଜ୍ ନିଜେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ବୋଲ୍ଡଙ୍କ ଦକ୍ଷତାକୁ‌ ନେଇ କୌଣସି ସନ୍ଦେହ ନାହିଁ, ସେଥିପାଇଁ ଆପଣଙ୍କୁ ଆମେ ଦଳ ପାର୍ଶ୍ବରେ ପାଇଛୁ ବୋଲି କୋହଲି ଟ୍ବିଟ୍‌ କରିଛନ୍ତି। ଆର୍‌ସିବି ନିଜ ଟ୍ବିଟ୍‌ରେ ବୋଲ୍ଟଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛି। ‘ଲାଲ୍ ଆପଣଙ୍କୁ ବି ସୁହାଏ କିଂବଦନ୍ତି। ଭାରତକୁ ଆସୁଥିବା ପରବର୍ତୀ ବିମାନରେ ଆସନ୍ତୁ, ଆପଣଙ୍କୁ ଆମେ ଅପେକ୍ଷା କରିଛୁ’ ବୋଲି ଆର୍‌ସିବି ନିଜ ଟ୍ବିଟର୍‌ ହ୍ୟାଣ୍ଡଲରେ ନିମନ୍ତ୍ରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe