ଖାମଖିଆଲି ବୋଲ୍‌ଟ କରୋନା ପଜିଟିଭ୍‌

Advertisment
ଖାମଖିଆଲି ବୋଲ୍‌ଟ କରୋନା ପଜିଟିଭ୍‌

ଜାମାଇକା: ଖାମଖିଆଲି ଆଚରଣ କରି ରବିବାର ନିଜର ୩୪ତମ ଜନ୍ମଦିନକୁ ସାମାଜିକ ଦୂରତାହୀନ ଓ ବିନା ମାକ୍ସରେ ପାଳନ କରିଥିବା ବିଶ୍ବର ଶ୍ରେଷ୍ଠ ଧାବକ ଉସେନ୍‌ ବୋଲ୍ଟ ସୋମବାର କରୋନା ପଜିଟିଭ୍ ଥିବା ଜଣାପଡିଛନ୍ତି। ବୋଲଟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ଏବଂ ଗୃହ ସଂଗରୋଧରେ ରହିଥିବା ପ୍ରକାଶ କରିଛନ୍ତି। କିଛିଦିନ ତଳେ ବୋଲଟ ପରୀକ୍ଷା କରିଥିଲେ ମଧ୍ୟ‌‌ ସୋମବାର ରିପୋର୍ଟ ଆସିଛି। ରବିବାରର ଜନ୍ମଦିନ ଉତ୍ସବରେ ଇଂଲଣ୍ଡ ଫୁଟ୍‌ବଲର୍‌ ରହିମ୍‌ ଷ୍ଟର୍ଲିଂଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ। ଏହାକୁ ବହୁ ସମାଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe