ଶେଷ ବିଶ୍ବକପ୍‌ ଖେଳୁଛନ୍ତି ବୋଲ୍ଟ

ଶେଷ ବିଶ୍ବକପ୍‌ ଖେଳୁଛନ୍ତି ବୋଲ୍ଟ

ତରୌବା: ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଏବେ ତାଙ୍କର ଶେଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଛନ୍ତି। ୧୭ ତାରିଖରେ ପପୁଆ ନ୍ୟୁଗିନି ସହିତ ନ୍ୟୁଜିଲାଣ୍ଡର ଶେଷ ଗ୍ରୁପ୍‌ ମ୍ୟାଚ୍‌ ବୋଲ୍ଟଙ୍କ ‌ବିଦାୟୀ ମ୍ୟାଚ୍‌ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଗାଣ୍ଡା ବିପକ୍ଷରେ ପ୍ରଥମ ବିଜୟ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ବୋଲ୍ଟ ତାଙ୍କ ଶେଷ ବିଶ୍ବକପ୍‌ ସଂକ୍ରାନ୍ତରେ କହିଥିଲେ। ବୋଲ୍ଟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୪ଟି ସଂସ୍କରଣରେ ଖେଳିସାରିଛନ୍ତି। କିନ୍ତୁ ଚଳିତ ସଂସ୍କରଣରେ ଦଳ ପ୍ରଥମରୁ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ଠୁ ପରାଜିତ ହୋଇ ଆଶା ହରାଇ ସାରିଛି।

ତଥାପି ଉଗାଣ୍ଡା ବିପକ୍ଷରେ ଖେଳାଳିମାନେ ଭଲ ପ୍ରଦର୍ଶନ ଦେଇଛନ୍ତି ଏବଂ ବିଶ୍ବକପ୍‌ରୁ ଫେରିବା ବେଳକୁ ଦଳ ସମ୍ମାନର ସହ ବିଦାୟ ନେବ ବୋଲି ବୋଲ୍ଟ କହିଛନ୍ତି। କିଛି ବର୍ଷ ଧରି ଦଳୀୟ ଖେଳାଳିମାନେ ଦେଶ ପାଇଁ ଖେଳୁଥିବା ବେଳେ ଅନେକ ରେକର୍ଡ ବହନ କରିଛନ୍ତି। ତେଣୁ ଡ୍ରେସିଂ ରୁମ୍‌ରେ ସବୁବେଳେ ଆମେ ଗର୍ବ ଅନୁଭବ କରିଥାଉ। କିନ୍ତୁ ଗତ ଦୁଇ ସପ୍ତାହ ଆମ ପାଇଁ ଭଲ ଯାଇ ନପାରିବା ଦୁର୍ଭାଗ୍ୟଜନକ। ଏହା ସତ୍ତ୍ବେ ଆମେ ନିରାଶ ହୋଇନାହୁଁ। କାରଣ ଡ୍ରେସିଂ ରୁମ୍‌ ଭିତରେ ଆମର ଅନେକ ପ୍ରତିଭାବାନ୍‌ ଖେଳାଳି ଉପଲବ୍ଧ ଅଛନ୍ତି। ତେଣୁ ଆମ ସାମର୍ଥ୍ୟ ଅନୁସାରେ ଆଗକୁ କ୍ରିକେଟ୍‌ ଖେଳିବା ଜାରି ରଖିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe