ଓଡ଼ିଶାର ଜନଜାତି ଖେଳାଳିଙ୍କ ଉପରେ ଆଧାରିତ ପୁସ୍ତକ ‘ହକି ହି ଜିନ୍ଦେଗୀ’ ଲୋକାର୍ପିତ

ଓଡ଼ିଶାର ଜନଜାତି ଖେଳାଳିଙ୍କ ଉପରେ ଆଧାରିତ ପୁସ୍ତକ ‘ହକି ହି ଜିନ୍ଦେଗୀ’ ଲୋକାର୍ପିତ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଜାରି ଥିବା ବେଳେ ଓଡ଼ିଶାର ଜନଜାତି ଖେଳାଳି ମାନଙ୍କ ଉପରେ ଆଧାରିତ ପୁସ୍ତକ ‘ହକି ହି ଜିନ୍ଦେଗୀ’ ଶୁକ୍ରବାର ଲୋକାର୍ପଣ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୁସ୍ତକକୁ ଲୋକାର୍ପଣ କରିଛନ୍ତି। ବିଶିଷ୍ଠ କ୍ରୀଡ଼ା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ନ୍ୟାସନାଲ ୟୁଥ କୋ-ଅପରେଟିଭ୍‌ ତରଫରୁ ପ୍ରକାଶିତ କରାଯାଇଛି।

publive-image

ପୁସ୍ତକ ଉନ୍ମେଚନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱ ଦରବାରରେ ଓଡ଼ିଆ ହକି ଖେଳାଳିମାନଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି। ସେମାନଙ୍କ ଉଦ୍ୟମ ଓ ପରକାଷ୍ଠା ବଳରେ ସେମାନେ ଓଡ଼ିଶା ଓ ସାରା ଦେଶ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ଗୋଟିଏ ପଟେ ହକି ବିଶ୍ୱକପ୍‌ ଓଡ଼ିଶାରେ ଚାଲିଥିବା ବେଳେ ‘ହକି ହି ଜିନ୍ଦେଗୀ’ ଭଳି ପୁସ୍ତକ ଓଡ଼ିଶାରେ ଲୋକାର୍ପଣ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ତେବେ ଏହି ପୁସ୍ତକର ଓଡ଼ିଆ ଏବଂ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ପୁସ୍ତକ ଉନ୍ମୋଚନ ସମାରୋହରେ ହକି ଇଣ୍ଡିଆର ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ତାଙ୍କ ଟିମ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe